ଭାରତ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ ଓ୍ଵାଡେକରଙ୍କର ପରଲୋକ

ମୁମ୍ବାଇ : ପୂର୍ବତନ କ୍ରିକେଟର ଅଜିତ ଓ୍ଵାଡେକରଙ୍କର ୭୭ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ମୁମ୍ବାଇର ଯଶଲୋକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ବାମହାତୀ ବ୍ୟାଟ୍ସମ୍ୟାନ ଅଜିତଙ୍କର ନେତୃତ୍ୱରେ ୧୯୭୧ ମସିହାରେ ଭାରତ ଓ୍ଵଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‌ ବିଜୟ ଲାଭ କରି ନୂଆ ଇତିହାସ ରଚିଥିଲା।

୧୯୬୬ ମସିହାରେ ମୁମ୍ବାଇଠାରେ ସେ ଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ ଜାତୀୟ ଓ ଆନ୍ତର୍ଜାତୀୟ ଖେଳ ପରିସରରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର