ମାର୍ଚ ୨୫ରୁ ପଞ୍ଚକୁଲାରେ ଜାତୀୟ ଭିନ୍ନକ୍ଷମ କ୍ରୀଡ଼ା

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହରିଆଣାର ପଞ୍ଚକୁଲାଠାରେ ଜାତୀୟ ଭିନ୍ନକ୍ଷମ କ୍ରୀଡ଼ା ଆୟୋଜିତ ହେବ। ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ରାଜ୍ୟର ପୂରାତନ ଏବଂ ନୂତନ ଖେଳାଳିଙ୍କୁ ଓଡ଼ିଶା ପାରାଲିମ୍ପିକ୍ସ ସଂଘ ଆହ୍ଵାନ କରୁଛି। ଅଧିକ ବିବରଣୀ ଲାଗି ସଂପାଦକ ବିଷ୍ଣୁ ଚରଣ ସାହୁ (୮୯୧୭୨୫୭୪୦)ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗିତାରେ ୧୦୦, ୨୦୦, ୪୦୦, ୮୦୦, ୧୦୦୦, ୩୦୦୦, ୫୦୦୦ ମିଟର ଦୌଡ଼ ସହ ଉଚ୍ଚ ଡିଆଁ, ଲମ୍ବ ଡିଆଁ ଆଦି ଖେଳରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଇଚ୍ଛୁକ ପ୍ରତିଯୋଗୀମାନେ ଚଳିତ ମାସ ୨୦ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆ ଯାଉଛି।

ସମ୍ବନ୍ଧିତ ଖବର