ବନ୍ଧୁକଚାଳନା ବ୍ୟୟ କମାଇବାକୁ ଚେଷ୍ଟା କରୁଛୁ: ଗଗନ

ଭାରତରେ ବନ୍ଧୁକଚାଳନାର ସ୍ତର ବହୁତ ବଢ଼ିଗଲାଣି। ଆମେ ଏବେ ସାରା ବିଶ୍ବକୁ ଟକ୍କର ଦେଉଛେ। ଓଡ଼ିଶାରେ ଖୁବଶୀଘ୍ର ତୃଣମୂଳ ସ୍ତରରୁ ବନ୍ଧୁକଚାଳନା ପ୍ରତିଭା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ମୁଁ ଭାବୁଛି ଭାରତରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ରୁ ୭ ଜଣଙ୍କ ପାଖରେ ଲକ୍ଷ୍ୟ ଭେଦ କରିବାର ପ୍ରତିଭା ରହିଛି। ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଭଳି ଖେଳାଳି ବନ୍ଧୁକଚାଳନାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଆଗକୁ ଏହି ଧାରା ଆହୁରି ବଢ଼ିବ। ବନ୍ଧୁକ ଚାଳନା ଏକ ବ୍ୟୟବହୁଳ ଖେଳ ବୋଲି ଅନେକ ଭାବନ୍ତି। ଏହାକୁ ମଧ୍ୟମବର୍ଗ ମଧ୍ୟ କିଭଳି ଗ୍ରହଣ କରିପାରିବ ‌ସେ ଦିଗରେ ଆମେ କାର୍ଯ୍ୟ କରୁଛୁ। ବିଦେଶୀ ପ୍ରଶିକ୍ଷକଙ୍କ ଉପରେ ନିର୍ଭରଶୀଳତା ଯେତେ କମିବ ସେତେ ଭଲ ବୋଲି ଅଲିମ୍ପିଆନ୍ ଗଗନ ନାରଙ୍ଗ ମତ ରଖିଥିଲେ।

ସମ୍ବନ୍ଧିତ ଖବର