ଗାଲାର୍ଡଙ୍କୁ ଦ୍ରୁତତମ ହଳଦିଆ କାର୍ଡ

ଏକତେରିନବର୍ଗ: ମେକ୍ସିକୋ ରକ୍ଷଣଭାଗ ଖେଳାଳି ଜିସସ୍‌ ଗାର୍ଲାଡୋ ବୁଧବାରର ସ୍ୱିଡେନ୍‌ ବିପକ୍ଷ ମ୍ୟାଚ୍‌ରେ ଏକ ଆଲୋଡା କୀର୍ତ୍ତିମାନ କରିଥିଲେ। ବିଶ୍ୱକପ୍‌ର ଦ୍ରୁତତମ ହଳଦିଆ କାର୍ଡ ତାଙ୍କ ନାଁକୁ ଯାଇଥିଲା। ମ୍ୟାଚ୍‌ର ପଞ୍ଚଦଶ ସେକେଣ୍ଡରେ ତୋଇଭୋନେନଙ୍କୁ ଫାଉଲ୍‌ ମାରି ରେଫରିଙ୍କଠାରୁ ହଳଦିଆ କାର୍ଡ ପାଇଥିଲେ। ପୂର୍ବରୁ ଏହି କାରନାନା ଉରୁଗୁଏର ଆଲବେର୍ଟୋ ବାତିସ୍ତାଙ୍କ ନାଁରେ ଥିଲା। ବାତିସ୍ତା ୧୯୮୬ ବିଶ୍ୱକପ୍‌ରେ ମାତ୍ର ୫୪ ସେକେଣ୍ଡ ଭିତରେ ହଳଦିଆ କାର୍ଡ ପାଇଥିଲେ।

ସମ୍ବନ୍ଧିତ ଖବର