ସେମିଫାଇନାଲ୍‌ରେ ପୋଖରୀପୁଟ

ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଶୁକ୍ରବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ନୀଲ୍‌କମାଲ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ୨-୧ ଗୋଲ୍‌ରେ ପରାସ୍ତ କରି ପୋଖରୀପୁଟ ସ୍ପୋର୍ଟିଂ ତୃତୀୟ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ସେକ୍‌ ସଦାମ୍‌ ଉଦ୍ଦିନ୍‌ ପଞ୍ଚମ ଓ ଅବ୍‌ଦୁଲ୍‌ ରେହମନ୍‌ ୧୩ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ନୀଲ୍‌କମାଲ୍‌ ପକ୍ଷରୁ ଦୀପେଶ ଦାସ ୫୮ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ସୁଦୀପ ଦାସ, ସେଖାଓ୍ଵତ୍‌ ଖାନ୍‌, ସୁଶାନ୍ତ ମିଶ୍ର ଓ ରଜତ ମଲ୍ଲିକ ମ୍ୟାଚ୍‌ ପରିଚାଳନା କରିଥିଲେ। ଶନିବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ରେ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ୍‌ କ୍ଲବ୍‌ ଓ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ଖେଳାଯିବ।

 

ସମ୍ବନ୍ଧିତ ଖବର