କ୍ରିକେଟ୍‌ ସହ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ଏହି ସବୁ କ୍ରିକେଟ୍‌ ତାରକା

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ସୂଚନା ରହିଛି। ନରେନ୍ଦ୍ର ମୋଦିଙ୍କ ନୀତିରେ ଅନୁପ୍ରାଣିତ ହୋଇ ଗମ୍ଭୀର  ବିଜେପିରେ ଯୋଗ ଦେଇଥିବା କହିଛନ୍ତି। କେବଳ ଗମ୍ଭୀର ନୁହଁନ୍ତି, ଅନେକ କ୍ରିକେଟ୍‌ ତାରକା ପୂର୍ବରୁ ରାଜନୀତିରେ ପାଦ ଦେଇ ସାରିଛନ୍ତି।

ସେହିପରି ଆଉ ଜଣେ କ୍ରିକେଟର୍‌ ଟର୍ଣ୍ଣଡ ରାଜନେତା ହେଉଛନ୍ତି ନବଜୋତ୍‌ ସିଂହ ସିଦ୍ଧୁ। ସିଦ୍ଧୁଙ୍କ ରାଜନୈତିକ ଜୀବନୀ ୨୦୦୪ ମସିହାରେ ଆରମ୍ଭ ହୋଇଛି। ତାଙ୍କୁ ବିଜେପି ପକ୍ଷରୁ ଅମ୍ରିତସରରୁ ୨୦୦୪ ମସିହାରେ ଲୋକସଭା ଟିକେଟ୍‌ ମିଳିଥିଲା। ସେ ବିଜୟ ଲାଭ ମଧ୍ୟ କରିଥିଲେ। ପୁଣି ଥରେ ତାଙ୍କୁ ୨୦୦୯ ମସିହାରେ ବିଜେପି ଟିକେଟ ମିଳିଥିଲା ଓ ସେ ଜିତିଥିଲେ ମଧ୍ୟ। ୨୦୧୪ ମସିହାରେ ତାଙ୍କୁ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀତ୍ୱ ପ୍ରଦାନ କରାଯାଇନଥିଲା। ୨୦୧୬ରେ ସେ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଶପଥ ଗ୍ରହଣ କରି ସେହିବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ। ୨୦୧୭ ଜାନୁଆରିରେ ସେ କଂଗ୍ରେସରେ ଯୋଗ ଦେଲେ। ସେହିପରି ଅନ୍ୟ କ୍ରିକେଟର୍‌ ଟର୍ଣ୍ଣଡ ରାଜନେତା ଭିତରେ ଅଛନ୍ତି ମହମ୍ମଦ ଅଝାରୁଦ୍ଦିନ, କୀର୍ତ୍ତି ଅଜାଦ, ପ୍ରବୀଣ କୁମାର, ଚେତନ ଚୌହ୍ଵାନ, ବିନୋଦ କମ୍ବଲି, ମହମ୍ମଦ କୈଫ୍‌।

ସମ୍ବନ୍ଧିତ ଖବର