ନିର୍ବାଚନ ଜିତିବା ପରେ ଗୌତମ ଗମ୍ଭୀର କହିଲେ- ପାକିସ୍ତାନ ସହିତ ଖେଳ ପ୍ରତିବନ୍ଧକ ଲଗାଯାଉ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ରେ ଦିଲ୍ଲୀ (ପୂର୍ବ) ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟ ଲାଭ କରିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଗୌତମ ଗମ୍ଭୀର କହିଛନ୍ତି, ଦେଶର ଭାବନା ସହିତ ଖେଳୁଥିବା କେହି ବି ଖେଳି ପାରିବେ ନାହିଁ। ଯଦି ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଯିବାର ଆବଶ୍ୟକତା ରହିଛି, ତା’ହେଲେ ପ୍ରତି କ୍ଷେତ୍ରରେ ଏହା କରାଯିବା ଦରକାର। ଭାରତୀୟ ସୁରକ୍ଷା ବଳର ଜୀବନ ପାକିସ୍ତାନ ସହିତ ଖେଳିବା ଠାରୁ ଅନେକ ଗୁଣରେ ଗୁରୁତ୍ୱପୂର୍ଣ୍ଣ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ୨୦୧୯ରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗୌତମ ଗମ୍ଭୀର ରାଜନୀତିର ପିଚ୍‌ରେ ପ୍ରଥମ ଉଦ୍ୟମରେ ସଫଳତା ହାସଲ କରି ପୂର୍ବ ଦିଲ୍ଲୀରୁ ବିଜୟ ହାସଲ କରିଛନ୍ତି। ଭାରତର ୨୦୧୧ ବିଶ୍ୱକପ୍‌ ବିଜୟ ଟିମର ସଦସ୍ୟ ଗୌତମ ଗମ୍ଭୀର ବିଜେପି ଟିକେଟରେ କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦର ସିଂହ ଲଭଲି ଏବଂ ଆମ ଆଦମୀ ପାର୍ଟିର ଅତିଶୀ ମାରଲୋନାଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର