ଧୋନିଙ୍କ ବିକଳ୍ପ ଉପରେ ଚିନ୍ତା କରାଯାଉଛି: ଗାଭାସ୍କର

ନୂଆଦିଲ୍ଲୀ: ମିଷ୍ଟର ଫିନିସର ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ନିଜ ବୟାନ ରଖିଛନ୍ତି । ଗାଭାସ୍କର କହିଛନ୍ତି ଆଗାମୀ ଟି-ଟ୍ୱେଂଟି ୱାର୍ଲଡ କପ ପାଇଁ ଧୋନିଙ୍କ ବିକଳ୍ପ ଉପରେ ବିଚାର କରାଯାଉଛି । ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-ଟ୍ୱେଂଟି ୱାର୍ଲଡ କପରେ ଧୋନୀଙ୍କ ବଦଳରେ କୌଣସି ଯୁବ ଖେଳାଳିଙ୍କୁ ଖେଳାଇବା ସମୟ ଆସିଛି ।

ଆଗାମୀ ବାଲାଂଦେଶ ଗସ୍ତରେ ଧୋନିଙ୍କୁ ଦଳରେ ସାମିଲ କରାଯିବ କି ପ୍ରଶ୍ନର ଉତ୍ତର ଦେଇ ଗାଭାସ୍କର କହିଥିଲେ, ଧୋନିଙ୍କ ବିକଳ୍ପ ଖେଳାଳି ଆମ ପାଖରେ ରହିଛନ୍ତି । ସେହିପରି ଟି-ଟ୍ୱେଂଟି ବିଶ୍ୱକପ ପାଇଁ ରିଷଭ ପନ୍ଥ ପସନ୍ଦର ଖେଳାଳି ବୋଲି ସ୍ପଷ୍ଟ କରିଛନ୍ତି ଗାଭାସ୍କର । ଯଦି ରିଷଭ ପନ୍ଥ ଭଲ ପ୍ରଦର୍ଶନ ନ କରନ୍ତି ତେବେ ଭାରତ ପାଖରେ ସଞ୍ଜୁ ସାମସନ ଭଳି ଉଦୀୟମାନ ଖେଳାଳି ରହିଛନ୍ତି ।

ଯିଏ ଜଣେ ଭଲ ୱିକେଟ କିପର ଓ ଭଲ ବ୍ୟାଟ୍ସମ୍ୟାନ । ଦେଶ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ବହୁ ଅବଦାନ ରହିଛି । ଏବେ ସମ୍ମାନର ସହ ବିଦାୟ ନେବାର ବେଳ ଆସିଛି ବୋଲି କହିଥିଲେ ସୁନୀଲ ଗାଭାସ୍କର ।

ସମ୍ବନ୍ଧିତ ଖବର