ଟ୍ବେଣ୍ଟି-୨୦ କ୍ରିକେଟ୍ରେ କିଙ୍ଗ୍ ଭାବେ ପରିଚିତ କ୍ରିସ୍ ଗେଲ୍ ବୁଧବାର ନିଜର ୨୪ତମ ଦିନିକିଆ ଶତକ ଅବସରରେ ଏକ ଅନ୍ତର୍ଜାତୀୟ କୀର୍ତିମାନକୁ ବି ନିଜ ନାମରେ କରି ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଛକା ମାରିବାରେ ସେ ପାକିସ୍ତାନର ସାହିଦି ଆଫ୍ରିଦିଙ୍କୁ କାଟି ଦେଇଥିଲେ। ସମସ୍ତ ଶ୍ରେଣୀୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ଆଫ୍ରିଦି ୫୨୪ ମ୍ୟାଚ୍ରୁ ୪୭୬ ଛକା ମାରିଥିଲେ। ଗେଲ୍ କିନ୍ତୁ ୪୪୪ ମ୍ୟାଚ୍ରୁ ୪୭୭ ଛକା ମାରିଛନ୍ତି। ଗେଲ୍ ଦିନିକିଆରୁ ୨୭୬, ଟ୍ବେଣ୍ଟି-୨୦ରୁ ୧୦୩, ଟେଷ୍ଟ୍ରୁ ୯୮ ଛକା ମାରିଛନ୍ତି। ବ୍ରେଣ୍ଡନ୍ ମ୍ୟାକଲମ (୩୯୮), ସନଥ ଜୟସୁରିଆ (୩୫୨) ଏବଂ ରୋହିତ ଶର୍ମା (୩୪୯) ପରବର୍ତୀ ୩ ସ୍ଥାନରେ ରହିଛନ୍ତି। ୩୯ ବର୍ଷୀୟ ଗେଲ୍ ଆସନ୍ତା ଦିନିକିଆ ବିଶ୍ବକପ୍ ପରେ ଅବସର ନେଇଯିବେ ବୋଲି ଘୋଷଣା କରି ସାରିଛନ୍ତି। ଗେଲ୍ଙ୍କ ନାମରେ ଏବେ ଦୁଇଟି ଇଣ୍ଡିଜ୍ କୀର୍ତିମାନ (ସର୍ବାଧିକ ଦିନିକିଆ ଶତକ-୨୪, ସର୍ବୋଚ୍ଚ ଦିନିକିଆ ପାଳି ୨୧୫) ରହିଛି। ମୋଟ ଦିନିକିଆ ରନ୍ ସଂଗ୍ରହରେ ମଧ୍ୟ ଗେଲ୍ (୯, ୭୨୭) କେବଳ ବ୍ରାଏନ ଲାରା (୧୦,୪୦୫)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ଅବସର ବେଳକୁ ସେ ଏହାକୁ ଅତିକ୍ରମ କରିଯିବା ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପାଳିରେ ସର୍ବାଧିକ ଛକା
ଗୋଟିଏ ଦିନିକିଆ ପାଳିରେ ସର୍ବାଧିକ ଛକାର କୀର୍ତିମାନକୁ ୱେଷ୍ଟଇଣ୍ଡିଜ୍ ବୁଧବାର ନିଜ ନାମରେ କରି ନେଇଛି। ବ୍ରିଜଟାଉନ୍ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଘରୋଇ ଦଳ ମୋଟ ୨୩ ଛକା ମାରିଥିଲା ଯାହାକି ପୂର୍ବରୁ ନ୍ୟୁଜିଲାଣ୍ଡ୍ ନାମରେ ଥିବା ୨୨ ଛକା (ବନାମ ୱେଷ୍ଟଇଣ୍ଡିଜ୍, କୁଇନ୍ସଲାଣ୍ଡ୍, ୨୦୧୪) କୁ ପଛରେ ପକାଇ ଦେଇଥିଲା। ବୁଧବାର ଇଂଲଣ୍ଡ ୩୬୪ ରନ୍ ସହ ମ୍ୟାଚ୍ ଜିତି ନେଇଥିଲେ ମଧ୍ୟ ମାତ୍ର ୬ ଛକାର ସହାୟତା ନେଇଥିଲା।