ଘରୋଇ ହି˚ସା ଅଭିଯୋଗରେ ଜର୍ଜିଆ ଟେନିସ୍‌ ଖେଳାଳି ଦଣ୍ତିତ

ନୂଆଦିଲ୍ଲୀ: ଜର୍ଜିଆର ଟେନିସ ଖେଳାଳି ନିକୋଲଜ ବସିଲାଶଭିଲି ତାଙ୍କ ପୂର୍ବତନ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଦଣ୍ତିତ ହୋଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ବିଶ୍ବର ୨୭ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ନିକୋଲଜ କିନ୍ତୁ ଉକ୍ତ ଅଭିଯୋଗକୁ ଖଣ୍ତନ କରିଛନ୍ତି। ତାଙ୍କ ୫ ବର୍ଷ ପୁଅ ସମ୍ମୁଖରେ ପତ୍ନୀ ନେକା ଡୋରୋକାଶଭିଲିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ୨୬ ହଜାର ଡଲାର ମୁଚାଲିକାରେ ଜାମିନ ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬ ତାରିଖକୁ ଧାର୍ଯ୍ୟ ହୋଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ୩ ବର୍ଷ ପାଇଁ ଜେଲ୍‌ ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର