ବାଳିକା ଗୋଟାଇବେ ବଲ୍‌

ମସ୍କୋ: ପ୍ରଥମ ଥର ଲାଗି ଫିଫା ବିଶ୍ୱକପ୍‌ରେ କେବଳ ବାଳିକାମାନଙ୍କୁ ବଲ୍‌ ଗୋଟାଇବାର ଦେଖିବାକୁ ମିଳିବ। ମସ୍କୋର ଲୁଝନିକି ଷ୍ଟାଡିୟମରେ ହେବାକୁଥିବା ୨୦୧୮ ଫିଫା ବିଶ୍ୱକପ୍‌ର ରୁଷିଆ ଓ ସାଉଦି ଆରବ ଉଦ୍‌ଘାଟନୀ ମ୍ୟାଚ୍‌ରେ ୧୪ ଜଣ ବାଳିକା ବଲ୍‌ ଗୋଟେଇବା ଦାୟିତ୍ୱ ସମ୍ଭାଳିବେ। ମସ୍କୋଠୁ ୮୦୦ କିଲୋମିଟର ଦୂରରେ ଥିବା ଆଗ୍ରିଜ ସହରର ୧୩ରୁ ୧୬ ବର୍ଷ ମଧ୍ୟରେ ଥିବା ଏହି ବାଳିକାମାନଙ୍କୁ ଏହି ସୁଯୋଗ ମିଳିଛି। ଏମାନେ ରୁଷିଆର ଆଞ୍ଚଳିକ ଫୁଟ୍‌ବଲ୍‌ ଦଳ ଟାର୍ଟାସ୍ତାନ୍‌ର ଖେଳାଳି। ୬୪ ବାଳିକା ସହ ମୋଟ ଉପରେ ଏହି ବିଶ୍ୱକପ୍‌ରେ ୭୭୮ ପିଲା ବଲ୍‌ ଗୋଟେଇବାକୁ ଚୟନ ହୋଇଛନ୍ତି। କେବଳ ଉଦ୍‌ଘାଟନୀ ମ୍ୟାଚ୍‌ ଛାଡ଼ିଦେଲେ ଅନ୍ୟମ୍ୟାଚ୍‌ ଗୁଡ଼ିକରେ ଉଭୟ ବାଳକ ଓ ବାଳିକା ମିଶି ଏହି ଦାୟିତ୍ୱ ସମ୍ଭାଳିବେ।

ସମ୍ବନ୍ଧିତ ଖବର