ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ : ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କର ଭାରତୀୟ ବଂଶୋ‌ବଭ ବାନ୍ଧବୀ ବିନି ରମଣଙ୍କ ସହ ବୁଧବାର ନିର୍ବନ୍ଧ ହୋଇଛି। ଏହି ବିଷୟରେ ମ୍ୟାକ୍ସୱେଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଟାରେ ପ୍ରକାଶ କରିଛନ୍ତି। ସେ ନିଜ ବାନ୍ଧବୀ ସହ ଏକ ଫୋଟୋ ଛାଡ଼ିଛନ୍ତି, ଯେଉଁଥିରେ ବିନି ନିର୍ବନ୍ଧ ମୁଦି ‌ଦେଖାଇଛନ୍ତି ଏବଂ ମ୍ୟାକ୍ସୱେଲ୍‌ ଏହାର ଶିରୋନାମାରେ କେବଳ ମୁଦିର ଇମୋଜି ରଖିଛନ୍ତି। ବିନି ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଟାରେ ଫଟୋ ଛାଡ଼ି ଏହାର ଶିରୋନାମା ଏପରି ଲେଖିଛନ୍ତି ‘ଗତ ସପ୍ତାହରେ ମୋ ପସନ୍ଦର ମଣିଷ ମୋତେ ପଚାରିଲେ ତାଙ୍କୁ ବିବାହ କରିବାକୁ# ହଁ’। ବିନି ମେଲ୍‌ବର୍ଣ୍ଣରେ ରହୁଥିଲା ବେଳେ ପେସାରେ ଜଣେ ଫାର୍ମାସିଷ୍ଟ। ସୂଚନାଯୋଗ୍ୟ ଯେ ବାମ କହୁଣୀର ଅସ୍ତ୍ରୋପଚାର ପାଇଁ ମ୍ୟାକ୍ସୱେଲ୍‌ ଅଷ୍ଟ୍ରେଲିଆ ଦଳରୁ ବାଦ ପଡ଼ିଛନ୍ତି। ସେ ୬ରୁ ୮ ସପ୍ତାହ କ୍ରିକେଟ୍‌ ଦୂରେଇ ରହିବେ ବୋଲି କ୍ରିକେଟ୍‌ ଅ‌‌ଷ୍ଟ୍ରେଲିଆ ଗତ ୧୨ ତାରିଖରେ ସ୍ପଷ୍ଟ କରିଥିଲା।

ସମ୍ବନ୍ଧିତ ଖବର