ଖେଳାଳିଙ୍କ ତାଲିକା ସରକାରଙ୍କ ପାଖରେ ପହଞ୍ଚାଇବା ଆମର କାମ: ଆଇଓଏର ଅଧ୍ୟକ୍ଷ

ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟରେ ଏପ୍ରିଲ ୪ରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ: ଆମ ପାଖକୁ ଭିନ୍ନ ଭିନ୍ନ ଖେଳ ପାଇଁ ଜାତୀୟ ଖେଳାଳି ତାଲିକା ଆସିଥାଏ। ଏହି ତାଲିକାକୁ ସରକାରଙ୍କ ପାଖରେ ପହଞ୍ଚାଇବା ହେଉଛି ଆମର କାମ ବୋଲି ଇଣ୍ଡିଆନ୍‌ ଅଲିମ୍ପିକ୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଶୁକ୍ରବାର କହିଛନ୍ତି। ସେ କହିଛନ୍ତି, ଆମର କାମ ପୋଷ୍ଟମ୍ୟାନ୍‌ କାମ ଭଳି। ଆଇଓଏର ଅଧ୍ୟକ୍ଷ ବାତ୍ରା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଖେଳାଳିଙ୍କ ଚୟନ ନେଇ କ୍ରୀଡା ମନ୍ତ୍ରାଳୟର ନିଷ୍ପତ୍ତି ଉପରେ ଆମେ ସନ୍ତୁଷ୍ଟ ନୋହୁଁ। ବାତ୍ରା କହିଛନ୍ତି, କିଏ ଯିବେ, କିଏ ନାହିଁ, କାହାର ନାମ ସାମିଲ ହେବ, କାହା ନାହିଁ, ଏହା ଆମେ ଚୟନ କରି ନଥାଉ।

ଆଗାମୀ ଏପ୍ରିଲ ୪ରେ ଗୋଲଡ୍‌କୋଷ୍ଟରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛି। ବିମାନରେ ବସିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ସଂଘକୁ ଗୋଟିଏ ପରେ ଗୋଟିଏ ବିବାଦର ସମ୍ମୁଖୀନ ହେବାକୁ ପଡୁଛି। ସମୁଦାୟ ୨୨୨ ସଦସ୍ୟ ଓ ୭୪ ଅଧିକାରୀ ଓ କର୍ମଚାରୀ ଭାରତୀୟ ଦଳରେ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଏଥି ସହିତ ୩୭ଜଣଙ୍କ ତାଲିକା ମଧ୍ୟ ଖେଳ ମନ୍ତ୍ରାଳୟକୁ ଦିଆଯାଇଥିଲା କିନ୍ତୁ ଏଥିରୁ ୨୧ ଜଣଙ୍କ ନାମ ଖାରଜ କରି ଦିଆଯାଇଛି। ଏହି ନିଷ୍ପତ୍ତି ଆସିବା ପରେ ଅନେକ ଖେଳାଳି ଓ ଆଇଓଏକୁ ବଡ଼ ଝଟକା ଲାଗିଛି।

ସମ୍ବନ୍ଧିତ ଖବର