ଓଡ଼ିଶା ଡାକ ମଣ୍ଡଳ, ପୁଲିସ, ସେଲ୍‌ ଏକାଡେମି ବିଜୟୀ

ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍‌ରେ ଚାଲିଥିବା ତୃତୀୟ ଅନ୍ତଃସହର ଗୋଲ୍ଡ କପ୍‌ ହକି ପ୍ରତିଯୋଗିତାର ସୋମବାର ଦ୍ୱିତୀୟ ଦିନ ପେସାଦାର ବର୍ଗରେ ଓଡ଼ିଶା ଡାକ ମଣ୍ଡଳ, ଓଡ଼ିଶା ପୁଲିସ ଓ ସେଲ୍‌ ହକି ଏକାଡେମି ବିଜୟ ହାସଲ କରିଛନ୍ତି। ଓଡ଼ିଶା ଡାକ ମଣ୍ଡଳ ୩-୦ ଗୋଲ୍‌ରେ କାଂଶବାହାଲ ଏକାଦଶକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଦିଲୀପ ଟପ୍ପୋ (୪ର୍ଥ ମିନିଟ୍‌), ମହମ୍ମଦ ସାହା (୫୯ ମିନିଟ୍‌) ଏବଂ ସତୀଶ ଏକ୍କା (୬୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶା ପୁଲିସ ଦଳ ୨-୧ ଗୋଲ୍‌ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସକୁ ହରାଇଥିଲା। ସୁଶୀଲ କୁଜୁର, ଅନିଲ କୁଲ୍ଲ ଏବଂ ଲିବନ ଏକ୍କା ଗୋଲ୍‌ କରିଥିଲେ। ତୃତୀୟ ମ୍ୟାଚ୍‌ରେ ସେଲ୍‌ ହକି ଏକାଡେମ ଦଳ ୨-୧ ଗୋଲ୍‌ରେ ସୁନ୍ଦରଗଡ଼ ଜିଲ୍ଲା ସଂଘକୁ ପରାସ୍ତ କରିଥିଲା। ସୁନ୍ଦରଗଡ଼ ପକ୍ଷରୁ ସୁଶୀଲ ମିଞ୍ଜ୍‌ (୨୪ ମିନିଟ୍‌) ଏକମାତ୍ର ଗୋଲ୍‌ କରିଥିଲା ବେଳେ ସେଲ୍‌ର ନବୀନ କୁଜୁର୍‌ (୪୦ ମିନିଟ୍‌) ଓ ଅନୁରାଗ କୁଜୁର୍‌ (୪୬ ମିନିଟ୍‌)ଗୋଲ୍‌ କରିଥିଲେ। ନିଶାନ ଜ୍ୟୋତି ମହାନ୍ତି, ରାଜନ ଏକ୍କା, ଜୟନ୍ତ କେର୍କେଟା, ବର୍ଣ୍ଣାର୍ଡ଼ ଲାକ୍ରା, ରୁବେନ ବିଲୁଙ୍ଗ, ଦେଓନାଇସ୍‌ ବାରା, ସୂରଜ କେର୍କେଟା, ରାମଦୀପ ଲାକ୍ରା, ଅମରଜିତ ଏକ୍କା, ସରୋଜିନୀ ଏକ୍କା, ଅମ୍ରିତା ଖାଖା, ଲୀନା ତିର୍କି, ସବିତା ଓରାମ, ଶରତ ଟପ୍ପୋ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର