ସେମିରେ ଗୋଲ୍ଡେନ୍‌ ଡ୍ରାଗନ

ପିଭିଆର୍‌ ମୂର୍ତ୍ତି ଅନ୍ତଃକ୍ଲବ୍‌ କ୍ରିକେଟ୍‌

କଟକ: ବୋସ୍‌ ପଡ଼ିଆରେ ଚାଲିଥିବା ପିଭିଆର୍‌ ମୂର୍ତ୍ତି ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଗୋଲ୍ଡେନ୍‌ ଡ୍ରାଗନ କ୍ଲବ୍‌ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ସୁପର ଷ୍ଟାର୍‌ ଏକାଦଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୋଲ୍ଡେନ୍‌ ଡ୍ରାଗନ ୪୬ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ଗୋଲ୍ଡେନ୍‌ ଡ୍ରାଗନ୍‌ ଟସ୍‌ ଜିତି ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ଦଳ ସମସ୍ତ ଓ୍ଵିକେଟ ହରାଇ ୧୮୪ ରନ୍‌ କରିଥିଲା। ସୌମ୍ୟ ଦାଶ ୪୦ ଓ ଟିକା ନାୟକ ୧୯ ରନ୍‌ କରିଥିଲେ। ଷ୍ଟାର୍‌ ଏକାଦଶର ଦେବୁ ପଟ୍ଟନାୟକ ୩, ଜୋହନ ଅଖତର ଓ ସାର୍ଥକ ଲେଙ୍କା ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଜବାବରେ ଷ୍ଟାର୍‌ ଏକାଦଶ ନିର୍ଧାରିତ ଓଭରରେ ୮ ଓ୍ଵିକେଟ୍‌ ବିନିମୟରେ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସୁବାଶ ନାୟକ ୪୫ ଓ ମିଲନ ପତି ୨୬ ରନ୍‌ କରିଥିଲେ। ବିଜୟୀ ଦଳର ସଂଗ୍ରାମ ରାଉତ ଓ ଟିକା ନାକୟ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବିଜୟୀ ଦଳର ସୌମ୍ୟଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ସିଏମ୍‌ସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଂଜନ ବିଶ୍ୱାଳ ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚକୁ ସର୍ବେଶ୍ୱର ମହାନ୍ତି ଓ ଶେଖର ମାଝୀ ପରିଚାଳନା କରିଥିଲେ। ଗୁରୁବାର ଜଗତପୁର ଦୌଡ଼କୁଦ ସଂଘ ଓ ରୟାଲ କ୍ଲବ୍‌ ମଧ୍ୟରେ ପ୍ରଥମ ସେମି ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର