ଗୋଲ୍‌ଡେନ୍‌ କିଙ୍ଗ୍‌ ଅଲ୍‌ ଓଡ଼ିଶା ଓପନ୍‌ ସ୍ନୁକର ଉଦ୍‌ଘାଟିତ : ଜଗଦୀଶ ଓ ମିଶାଲଙ୍କ ଲଢୁଆ ବିଜୟ

କଟକ: ଗୋଲ୍‌ଡେନ୍‌ କିଙ୍ଗ୍‌ ସ୍ନୁକର କ୍ଲବ୍‌ ପକ୍ଷରୁ ଆୟୋଜିତ ଚତୁର୍ଥ ଗୋଲ୍‌ଡେନ୍‌ କିଙ୍ଗ୍‌ ଅଲ୍‌ ଓଡ଼ିଶା ଓପନ୍‌ ସ୍ନୁକର ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜଗଦୀଶ ମହାନ୍ତି ଓ ମିଶାଲ ସ୍ବାଇଁଙ୍କ ଲଢୁଆ ବିଜୟ ସହିତ ୮ ଖେଳାଳି ଉନ୍ନତ ପ୍ରଦର୍ଶନ କରି ପ୍ରି-କ୍ବାର୍ଟର ଫାଲନାଲ୍‌ରେ ପ୍ରବେଶ କରିଛନ୍ତି। ଶୀର୍ଷ ମାନ୍ୟତା ସୁବ୍ରତ ଦାସ ୩-୦ରେ ଜ୍ଞାନ ଦାସଙ୍କୁ, ସ୍ମୃତିରଞ୍ଜନ ବେହେରା ୩-୦ରେ ହର୍ସ ଲାମ୍ବାଙ୍କୁ, ଗୋଦ୍‌ଵିନ୍‌ କୁଲ ୩-୦ରେ ମହମ୍ମଦ ଆବିଦ୍‌ଙ୍କୁ, ଅବିନାଶ ମହାପାତ୍ର ୩-୦ରେ ସବ୍ୟସାଚୀ ମହାନ୍ତିଙ୍କୁ, ଜଗଦୀଶ ମହାନ୍ତି ୩-୨ରେ ବିଶ୍ବଜିତ ସାହୁଙ୍କୁ, ସନ୍ଦୀପ୍‌ ଅଗ୍ରଵାଲ ୩-୧ରେ ନିଶି ପ୍ରକାଶଙ୍କୁ, ସତ୍ୟକାମ୍‌ ମହାପାତ୍ର ୩-୦ରେ ହନି ଗୁରୁଙ୍କୁ, ମିଶାଲ ମିଶାଲ ସ୍ବାଇଁ ୩-୨ରେ ଉଦ୍‌ଭାସ ମହାପାତ୍ରଙ୍କୁ ପରାସ୍ତ କରି ପ୍ରିକ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ କ୍ଲବ୍‌ ସଭାପତି ଜ୍ଞାନ ରଞ୍ଜନ ବେହେରା, ମୁଖ୍ୟ ସ˚ଗଠକ ଅନୁଜ୍‌ ପଣ୍ତା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର