ଗୌତମ ଗମ୍ଭୀର ୨୦୧୧ ବିଶ୍ୱକପ୍‌ରେ ଥିଲେ ହିରୋ, କ୍ରିକେଟ୍‌ରୁ ନେଲେ ସନ୍ୟାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ନିଜର ଟୁଇଟର ଆକାଉଣ୍ଟରେ ଭିଡିଓ ସେୟାର କରି କ୍ରିକେଟ୍‌ରୁ ସନ୍ୟାସ ନେବା ଘୋଷଣା କରିଛନ୍ତି। ୨୦୧୧ ବିଶ୍ୱକପ୍‌ର ହିରୋ ଗମ୍ଭୀର ଲେଖିଛନ୍ତି, ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁବେଳେ ନିଜ ମନ ଭିତରୁ ହିଁ ନିଆଯାଇଥାଏ।

ଗମ୍ଭୀର (୩୭ ବର୍ଷ) ଭାରତ ପାଇଁ ନିଜର ଶେଷ ଟେଷ୍ଟ ମ୍ୟାଚ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୫୮ଟି ଟେଷ୍ଟ ମ୍ୟାଚରେ ୪୧.୯୫ ହାରରେ ୪୧୫୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୯ଟି ଶତକ ସାମିଲ ଥିଲା।

ଦିନିକିଆରେ ଗୌତମ ଗମ୍ଭୀର ୩୯.୬୮ ହାରରେ ୫୨୩୮ ରନ ସଂଗ୍ରହ କରିଥିଲେ। ଏଥିରେ ୧୧ଟି ଶତକ ସାମିଲ ଥିଲା। ବର୍ଷ ୨୦୧୧ରେ ଗୌତମ ଗମ୍ଭୀରଙ୍କ ୯୭ ରନ ବଳରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହୋଇଥିଲା।

ଟି-୨୦ ଅନ୍ତର୍ଜାତୀୟରେ ଗମ୍ଭୀର ୩୭ଟି ମ୍ୟାଚ ଖେଳି ୯୩୨ ରନ୍‌ ଯୋଡ଼ିଥିଲେ। ଦେଶ ପାଇଁ ଗମ୍ଭୀର ୧୫ ବର୍ଷ ମ୍ୟାଚ ଖେଳିଥିଲେ।

ସମ୍ବନ୍ଧିତ ଖବର