ବିଶ୍ବକପ୍ ପରେ ଅବସର ନେବେ ଗେଲ୍

ବାର୍ବାଡସ୍: ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଇଂଲଣ୍ଡରେ ଆୟୋଜିତ ‌ହେବାକୁ ଥିବା ବିଶ୍ବକପ୍ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବେ। ୩୯ ବର୍ଷୀୟ ଗେଲ୍ ରବିବାର ଟ୍ବିଟରରେ ଏହି ଘୋଷଣା କରିଛନ୍ତି। ଗେଲ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସର୍ବାଧିକ ଦିନିକିଆ ଶତକ (୨୩) ଅର୍ଜନ କରିଛନ୍ତି। ସେ ମଧ୍ୟ ୫୦ ଓଭରିଆ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ। ଏହି କ୍ରମରେ ବ୍ରାଏନ୍ ଲାରା (୧୦୪୦୫) ପ୍ରଥମ ସ୍ଥାନରେ ଥିଲା ବେଳେ ଗେଲ୍ (୯୭୨୭) ତାଙ୍କ ପଛକୁ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା (୪୭୬) ମାରିବାର କୀର୍ତ୍ତିମାନ ମଧ୍ୟ ତାଙ୍କ ନାଁରେ ରହିଛି। ଗେଲ୍ ୨୮୪ ଦିନିକିଆ ଖେଳି ୨୩ ଶତକ ଏବଂ ୪୯ ଅର୍ଧଶତକ ବଳରେ ୯ ହଜାରରୁ ଅଧିକ ରନ୍ କରିଥିଲା ବେଳେ ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୧୫।

ସମ୍ବନ୍ଧିତ ଖବର