ଗାବ୍ରିଏଲ୍‌ ଚାରିଟି ଦିନିକିଆରୁ ବାସନ୍ଦ

ସେଣ୍ଟ୍ ଲୁସିଆ: ସେଣ୍ଟ ଲୁସିଆ ଟେଷ୍ଟ ଅବସରରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ଅନ୍ୟ ଖେଳାଳିଙ୍କ ଉଦ୍ଦେଶ୍ୟରେ ସମଲିଙ୍ଗୀ ଆକ୍ଷେପ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ୍‌ଙ୍କୁ ଆଇସିସି ଚାରିଟି ଦିନିକିଆରୁ ବାସନ୍ଦ କରିଛି। ତାଙ୍କୁ ମଧ୍ୟ ମ୍ୟାଚ୍ ପାଉଣାର ୭୫ ପ୍ରତିଶତ ଜରିମାନା କରାଯାଇଛି। ସେହିଭଳି ଗାବ୍ରିଏଲଙ୍କ ଖାତାରେ ୩ ଡିମେରିଟ୍ ପଏଣ୍ଟ ଯୋଡ଼ି ଦିଆଯାଇଛି। ଗାବ୍ରିଏଲ ନିଜ ଦୋଷ ସ୍ବୀକାର କରିନେବା ପରେ ମ୍ୟାଚ୍ ‌ରେଫରି ଜେଫ୍ କ୍ରୋଙ୍କୁ ଏହି ମାମଲାରେ ଶୁଣାଣି କରିବାକୁ ପଡ଼ି ନଥିଲା। ରୁଟ୍ ଓ ଅନ୍ୟ ଇଂଲଣ୍ଡ ଖେଳାଳିଙ୍କୁ ଗାବ୍ରିଏଲ ସମଲିଙ୍ଗୀ ଆକ୍ଷେପ କରିବା ଷ୍ଟମ୍ପ ମାଇକ୍ରୋ‌ଫୋନରେ ଧରା ପଡ଼ିଥିଲା। ଫଳରେ ଆଚରଣ ସଂହିତାର ଧାରା ୨.୧୩ ଅନୁସାରେ ଆଇସିସି ଗାବ୍ରିଏଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେପଟେ ଇଂଲଣ୍ଡ ଅଧିନାୟକ ରୁଟ୍ ସମଲିଙ୍ଗୀ କହିବା କିମ୍ବା ହେବାରେ କିଛି ଅସୁବିଧା ନାହିଁ ବୋଲି ମତ ଦେଇ ମହାନତାର ପରିଚୟ ଦେଇଥିଲେ।

ସମ୍ବନ୍ଧିତ ଖବର