ବଡ଼ ବିପର୍ଯ୍ୟୟ: ହାଲେପ୍‌ ବିଦା

ନ୍ୟୁୟର୍କ: ସୋମବାରଠୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ପ୍ରତିଯୋଗିତାରେ ପ୍ରଥମ ଦିନରେ ବଡ଼ ବିପର୍ଯ୍ୟୟ ଘଟିଛି। ମହିଳା ଏକକ ଶୀର୍ଷ ମାନ୍ୟତା ଖେଳାଳି ସିମୋନା ହାଲେପ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଅଣମାନ୍ୟତା ଇସ୍ତୋନିଆର କାଇଆ କାନେପି ସିଧାସଳଖ ୬-୨, ୬-୪ ସେଟ୍‌ରେ ଏହି ରୋମାନିଆ ତାରକାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ତେବେ ମହିଳା ଏକକରେ ସପ୍ତମ ମାନ୍ୟତା ଏଲିନା ସ୍ୱେତଲିନା ପଞ୍ଚଦଶ ମାନ୍ୟତା ଏଲିସ୍‌ ମର୍ତେନ୍ସ ଏବଂ ପୁରୁଷ ଏକକରେ ଅଷ୍ଟାଦଶ ମାନ୍ୟତା ଆମେରିକାର ଜ୍ୟାକ୍‌ ସକ୍‌ ନିଜ ନିଜ ମ୍ୟାଚ୍‌ ଜିତି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର