ଗୁଣତିଲକେ ନିଲମ୍ବିତ

କଲମ୍ବୋ: ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଦନୁଷ୍କା ଗୁଣତିଲକେ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା ଘଟିଥିବା କୋଠରୀରେ ଗୁଣତିଲକେ ଉପସ୍ଥିତ ଥିଲେ ବୋଲି ସଂପୃକ୍ତ ମହିଳା ନିଜ ଅଭିଯୋଗ ଫର୍ଦରେ ଦର୍ଶାଇଛନ୍ତି। ୨୬ ବର୍ଷୀୟ ଅଭିଯୁକ୍ତଙ୍କୁ କଲମ୍ବୋ ପୁଲିସ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି। ରବିବାର ସକାଳେ ଗୁଣତିଲକେ ଓ ତାଙ୍କ ବନ୍ଧୁ ଦୁଇ ଜଣ ନରେଓ୍ଵ ମହିଳାଙ୍କୁ ନିଜ ହୋଟେଲ ରୁମକୁ ନେଇଥିଲେ। ସେଥିମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଥିଲେ। ରାତିରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଗୁଣତିଲକେଙ୍କୁ ନିଲମ୍ବିତ କରିଥଲା। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ଖେଳିବାକୁ ଅନୁମତି ଦେଇଥିଲା। ତେବେ ଏହି ଟେଷ୍ଟ୍‌ରୁ ତାଙ୍କୁ ମିଳିବାକୁ ଥିବା ପାଉଣାକୁ ଅଟକାଇ ଦିଆ ଯାଇଛି।

ସମ୍ବନ୍ଧିତ ଖବର