ଗୁଣେଶ୍ବରନ୍‌ଙ୍କୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଯୋଗ୍ୟତା: ୫ ବର୍ଷରେ ତୃତୀୟ ଭାରତୀୟ ଭାବେ ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳିବେ

‌ମେଲ୍‌ବର୍ଣ୍ଣ: ଭାରତର ଶୀର୍ଷ ମାନ୍ୟତା ଟେନିସ୍‌ ତାରକା ପ୍ରଜ୍ଞେଶ ଗୁଣେଶ୍ବରନ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ‌ଫଳରେ ୫ ବର୍ଷ ମଧ୍ୟରେ ସୋମଦେବ ଦେବବର୍ମନ୍‌ ଏବଂ ୟୁକି ଭାମ୍ବ୍ରିଙ୍କ ପରେ ତୃତୀୟ ଭାରତୀୟ ଭାବେ ସେ ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳିବାର ସମ୍ମାନ ଲାଭ କରିଛନ୍ତି। ଗୁରୁବାର ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ସ୍ପେନ୍‌ର ଏନ୍‌ରିକ୍‌ ପେରେଜ୍‌ଙ୍କୁ ସିଧାସଳଖ ୬-୩, ୬-୩ରେ ହରାଇଥିବା ୨୯ ବର୍ଷୀୟ ଏହି ଚେନ୍ନାଇ ତାରକା ଗୁଣେଶ୍ବରନ୍‌ ଶୁକ୍ରବାର ଦ୍ବିତୀୟ ମୁକାବିଲାରେ ୬-୭, ୬-୪, ୬-୪ ସେଟ୍‌ରେ ଜାପାନର ୟୋସୁକେ ୱାତାନୁକେଙ୍କୁ ପରାସ୍ତ କରି ମୁଖ୍ୟ ପ୍ରତିଯୋଗିତାକୁ ପ୍ରବେଶ କରିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ତାଙ୍କର ପ୍ରଥମ ଲଢ଼େଇ ୩୯ ମାନ୍ୟତା ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଇଙ୍କ ସହ ହେବ।

ସମ୍ବନ୍ଧିତ ଖବର