ଗୁରୁକୁଳ ଟେନିସ, ରବିନାରାୟଣଙ୍କୁ ଦ୍ବୈତ ସଫଳତା

ଭୁବନେଶ୍ବର: ଗୁରୁକୁଳ ରିସର୍ଟସ ସହଯୋଗରେ ଆୟୋଜିତ ଗୁରୁକୁଳ ଟେନିସ ଏକାଡେମି କନିଷ୍ଠ ଟେନିସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଚଳିତ ମାସ ୧୫ ତାରିଖରୁ ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ୍ସରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩୫ ଖେଳାଳି ଭାଗ ନେଇଥିଲେ। ରାଉରକେଲାର ରବିନାରାୟଣ ସାହୁ ଦୁଇଟି ବର୍ଗରେ ବିଜେତା ହେବାର ଗୌରବ ପାଇଥିଲେ। ୧୬ ବର୍ଷରୁ କମ୍‌ ବାଳକ ବର୍ଗରେ ସେ ୯-୪‌ରେ ମେଦିନପୁରର ଶୁଭ୍ରନିଲ ବର୍ମନ୍‌ଙ୍କୁ ଏବଂ ଯୁଗଳ ବର୍ଗରେ ଆଦିତ୍ୟ ମହାପାତ୍ରଙ୍କୁ ସାରି କରି ସେ ୯-୫ରେ ଅକ୍ଷନ୍ତ ବେଉରିଆ ଓ ଶୁଭ୍ରନିଲ ବର୍ମନଙ୍କୁ ହରାଇ ଦ୍ବୈତ ଟ୍ରଫି ନିଜ ନାମରେ କରିଥିଲେ। ୧୨ ବର୍ଷରୁ କମ୍‌ ବାଳକ ବର୍ଗରେ ଭୁବନେଶ୍ବରର ଅକ୍ଷନ୍ତ ବେଉରିଆ ୯-୪ରେ କଟକର ସ୍ବସ୍ତିକ ମହାନ୍ତିଙ୍କୁ ଏବଂ ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ଭୁବନେଶ୍ବରର ଅକ୍ରିତ ଆଚାର୍ଯ୍ୟ ୯-୧ରେ ନିଜ ସହରର ଅୟୂଷୀ ଦାସଙ୍କୁ ହରାଇ ଟ୍ରଫି ଜିତିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆୟକର ବିଭାଗ ଅଧିକାରୀ କ୍ଷିତିଜ କୁମାର ମହାନ୍ତି ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉର୍ମିଳା ମହାନ୍ତି, ଜି ରେଖା ଏବଂ ଗୁରୁକୁଳ ଟେନିସ ଏକାଡେମି ନିର୍ଦେଶକ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର