ଗୁରୁକୁଳ ଆଇଟା-ଓଟିଏ ୫୦ କେ ସତୀର୍ଥଙ୍କୁ ହରାଇ ଚିନ୍ମୟ କ୍ୱାର୍ଟରରେ

ଭୁବନେଶ୍ୱର/ମେଣ୍ଢାଶାଳ: ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ରିସର୍ଟସରେ ଚାଲିଥିବା ଗୁରୁକୁଳ ଆଇଟା-ଓଟିଏ ୫୦କେ ପୁରୁଷ ମାନ୍ୟତା ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଭାବେ ଚିନ୍ମୟ ପ୍ରଧାନ ଏକକ ବର୍ଗର କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଚିନ୍ମୟ ନିଜ ସହର ସାଥୀ ତଥା ପୂର୍ବତନ ରାଜ୍ୟ ବିଜେତା ସତୀର୍ଥ ପଟ୍ଟନାୟକଙ୍କୁ ୭-୬ (୫), ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ ପ୍ରି-କ୍ୱାର୍ଟରରେ ପହଞ୍ଚିଥିବା ଯୁବ ତାରକା ଆଦିତ୍ୟ ଶତପଥୀ ମଧ୍ୟ ବିଦାୟ ନେଇଛନ୍ତି। ଆଦିତ୍ୟଙ୍କୁ ଶୀର୍ଷ ମାନ୍ୟତାପ୍ରାପ୍ତ ଆସାମ ଖେଳାଳି ସେଖ୍‌ ମହମ୍ମଦ ଇଫ୍‌ତିକାରଙ୍କଠାରୁ ୨-୬, ୨-୬ରେ ହାରିଯାଇଥିଲେ। ଅନ୍ୟ ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାଗୁଡ଼ିକ ଜିତି କର୍ଣାଟକର ପ୍ରଣୀତ ବେଣୁଗୋପାଳ, ସାହୁଲ ଅନଓ୍ଵାର, ପଶ୍ଚିମବଙ୍ଗର ଅର୍ଘ୍ୟ ଦାସ, ରୋହିତ ରାମପୁରିଆ, ତେଲେଙ୍ଗାନାର ଅମନ ଆୟୂବ ଖାନ୍‌, ଦିଲ୍ଲୀର ଅଞ୍ଚିତ୍‌ ଭଗତ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ଉମର ଶେଖ୍‌ ୩-୬, ୩-୬ରେ ଅମନଙ୍କଠାରୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର