ଗୁରୁକୁଳ ଓପନ୍‌ ଟେନିସ୍‌: ଅନମ୍‌-ଅନନ୍ୟା ଫାଇନାଲ୍‌

ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟସ୍‌ରେ ଚାଲିଥିବା ନିଖିଳ ଓଡ଼ିଶା ଗୁରୁକୁଳ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଅନମ୍‌ ଅଲ୍‌ମାସ୍‌ ଓ ଅନନ୍ୟା ଯାଦବ ମୁହାଁମୁହିଁ ହେବେ। ଶନିବାର ସେମିଫାଇନାଲ୍‌ରେ ଅମନ୍‌ ୯-୩ରେ ହେନାମିକା କେ ସାହୁଙ୍କୁ ଏବଂ ଅନନ୍ୟା ୯-୬ରେ ଅଙ୍କିତା ପଣ୍ଡାଙ୍କୁ ପରାସ୍ତ କରି ଟ୍ରଫି ଲଢ଼େଇରେ ଅବତୀଣ୍ଡ ହୋଇଛନ୍ତି।
ଅନ୍ୟପକ୍ଷରେ ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦରାଜ ଓ ନେମା ଏସ୍‌ କିସ୍‌ପୋଟାଙ୍କ ମଧ୍ୟରେ ଫାଇନାଲ୍‌ ମୁକାବିଲା ହେବ। ସେମିଫାଇନାଲ୍‌ରେ ରିୟା ୭-୨ରେ ପ୍ରିୟାଂଶୀ ପାଣିଗ୍ରାହୀଙ୍କୁ ଏବଂ ନେମା ୭-୧ରେ ଆହନ୍‌ଙ୍କୁ ପରାସ୍ତ କରିଥିଲେ। ଏହି ବୟସ ବର୍ଗର ବାଳକ କ୍ୱାର୍ଟର ଫାଇନାଲ୍‌ରେ ବଳଭଦ୍ର ବେହେରା ୬-୩ରେ ଚିରାଗ ବାତ୍ରାଙ୍କୁ, ଦେବବ୍ରତ ପ୍ରଧାନ ୬-୨ରେ ଆୟୁଷ୍ମାନ ଶତପଥୀଙ୍କୁ, ଆଦିତ୍ୟ ମହାପାତ୍ର ୬-୨ରେ ପ୍ରଜ୍ଞେଶ ସାହୁଙ୍କୁ ଏବଂ ରବି ନାରାୟଣ ସାହୁ ୬-୦ରେ ଗିରୀଶ କାୟଲଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି।
ସେହିପରି ୧୦ ବର୍ଷରୁ କମ୍‌ ବାଳକରେ ଭଦ୍ରେଶ ମହାପାତ୍ର-ଅକ୍ଷନ୍ତ ବେଉରିଆ ଏବଂ ବାଳିକାରେ ସାରା ଅନ୍ଵିତା ଓ ଆହନ୍‌ଙ୍କ ମଧ୍ୟରେ ଫାଇନାଲ୍‌ ମୁକାବିଲା ହେବ। ବାଳିକା ସେମିଫାଇନାଲ୍‌ରେ ସାରା ୭-୨ରେ ଆର୍ନା ରାଜ୍‌ଙ୍କୁ ଏବଂ ଆହନ୍‌ ୭-୩ରେ ଏ ସାମଲଙ୍କୁ ପରାସ୍ତ କରିଥିଲା ବେଳେ ବାଳକ ସେମିଫାଇନାଲ୍‌ରେ ଭଦ୍ରେଶ ୭-୦ରେ କୃଷ୍ଣ ବେହେରାଙ୍କୁ ଏବଂ ଅକ୍ଷନ୍ତ ୭-୧ରେ ନମନ କାୟଲ୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର