ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନରେ ଗୁରୁରାଜଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ଗୁରୁରାଜ ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଉଦ୍‌ଘାଟନୀ ଦିବସରେ ଏହା ହେଉଛି ଭାରତ ପାଇଁ ପ୍ରଥମ ପଦକ।

ପ୍ରଥମ ପର୍ଯ୍ୟାୟରେ ୧୧୧ କେ. ଜି. ଭାର ଉତ୍ତୋଳନ କରି ୨୮ ବର୍ଷିୟ ଗୁରୁରାଜ ନିଜର ତୃତୀୟ ପ୍ରଚେଷ୍ଟାରେ ସମୁଦାୟ ୨୪୯ କେ. ଜି. ଭାର ଉତ୍ତୋଳନ କରି ବ୍ୟକ୍ତିଗତ ଭାବେ ସର୍ବତ୍ତୋମ ସଫଳତା ହାସଲ କରିଛନ୍ତି।

ସମୁଦାୟ ୨୬୧ କେ. ଜି. ଭାର ଉତ୍ତୋଳନ କରି ମାଲେସିଆର ମହମ୍ମଦ ଇଝାର ଅହମ୍ମଦ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଏହା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ ରେକର୍ଡ। ୨୪୮ କେ. ଜି. ଭାର ଉତ୍ତୋଳନ କରି ଶ୍ରୀଲଙ୍କାର ଚତୁରଙ୍ଗ ଲାକମଲ କାଂସ୍ୟ ପଦକ ପାଇଛନ୍ତି।

୨୦୧୭ ମସିହାରେ ଗୁରୁରାଜ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ ଚାମ୍ପିୟନ୍‌ସିପ୍‌ରେ କାଂସ୍ୟ ପଦକ ପାଇଥିଲେ।

୨୦୧୦ରେ ଭାରତ୍ତୋଳନ କରୁଥିବା ଗୁରୁରାଜ ୨୦୧୬ରେ ପେନାଙ୍ଗ୍‌ ଠାରେ ଅନୁଷ୍ଠିତ ଭାରତ୍ତୋଳନ ଚାମ୍ପିୟନ୍‌ସିପ୍‌ରେ ୨୪୯ କେ. ଜି. ଭାରତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିଣିଥିଲେ। ସେହି ବର୍ଷ ମଧ୍ୟରେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ।

ଜଣେ ପିକ୍‌-ଅପ୍‌-ଟ୍ରକ୍‌ ଚାଳକଙ୍କ ପୁତ୍ର ଗୁରୁରାଜଙ୍କ ଘର ଉପକୂଳବର୍ତ୍ତୀ କର୍ଣ୍ଣାଟକର କୁନ୍ଦପୁର ଠାରେ। ପ୍ରଥମେ ସେ କୁସ୍ତି କ୍ରୀଡ଼ାରୁ କ୍ୟାରିୟର୍‌ ଆରମ୍ଭ କରି ପରେ ଭାରତ୍ତୋଳନକୁ ଆସିଥିଲେ।

ସମ୍ବନ୍ଧିତ ଖବର