କ୍ରିକେଟ୍‌ରୁ ଅବସର ନେଲେ ହଳଧର, କନିଷ୍ଠ ଦଳର ପ୍ରଶିକ୍ଷକ ହୋଇପାରନ୍ତି

କଟକ: ଓଡ଼ିଶା ରଣଜୀ ଦଳର ପୂର୍ବତନ ଵିକେଟ୍‌ରକ୍ଷକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍‌ ଖେଳାଳି ହଳଧର ଦାସ କ୍ରିକେଟ୍‌ରୁ ସନ୍ୟାସ ନେଇଛନ୍ତି। ରବିବାର ଏ ସ˚ପର୍କରେ ସେ ଓସିଏକୁ ଚିଠି ଲେଖି ଜଣାଇ ଦେଇଥିବା ବେଳେ କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡ଼ିନାହିଁ। ତେବେ ଚଳିତ ଋତୁରେ ଓଡ଼ିଶା ଦଳରେ ସ୍ଥାନ ପାଇବାକୁ ହଳଧର ଆଶା ରଖିଥିଲେ। କିନ୍ତୁ ତାଙ୍କୁ ସୁଯୋଗ ନ ମିଳିବାରୁ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି। ୨୦୦୬ ମସିହାରେ କଟକରେ ସର୍ଭିସେସ୍‌ ବିପକ୍ଷରେ ପ୍ରଥମ ଶ୍ରେଣୀ ଜୀବନ ଆରମ୍ଭ କରିଥିବା ହଳଧର ମୋଟ ୪୭ଟି ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରେ ୨ ଶତକ ଓ ୧୦ ଅର୍ଧଶତକ ସହ ୨୭.୮୦ ହାରରେ ୧୮୩୫ ରନ୍‌ କରିଛନ୍ତି। ସେହିପରି ୨୮ ଲିଷ୍ଟ ଏ’ ମ୍ୟାଚ୍‌ରୁ ୪ ଅର୍ଧଶତକ ସହ ୬୩୩ ରନ୍‌ ଏବ˚ ଟ୍ବେଣ୍ଟି-୨୦ରେ ୧୮ ମ୍ୟାଚ୍‌ରୁ ୧୮୪ ରନ୍‌ କରିଛନ୍ତି। ୨୦୧୬ରେ ବିଦର୍ଭ ବିପକ୍ଷରେ ହଳଧର ଓଡ଼ିଶା ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ସେ ଓଡ଼ିଶାରୁ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ ପ୍ରଥମ ସ˚ସ୍କରଣରେ ଡେକାନ୍‌ ଚାର୍ଜର୍ସ ଦଳରେ ସ୍ଥାନ ପାଇଥିଲେ। ମାତ୍ର ଗୋଟିଏ ମ୍ୟାଚ ଖେଳିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ସେହି ମ୍ୟାଚରେ ୩ ରନ୍‌ କରିଥିଲେ।

ବିବାଦ ଅଧିକ
କ୍ରିକେଟ୍‌ ଜୀବନର ଶେଷ ସମୟ ବେଳକୁ ବିବାଦ ତାଙ୍କୁ ଘେରି ରହିଥିଲା। ୨୦୧୧ ମସିହାରେ ପଞ୍ଜାବ ଯାଇଥିବା ଓଡ଼ିଶା ରଣଜୀ ଦଳର ଅଧିନାୟକ ଭାବେ ହଳଧର ଦାସ ରହିଥିଲେ। କିନ୍ତୁ ବିନା ଅନୁମତିରେ ସେ ବାହାର ହୋଟେଲ୍‌କୁ ଯାଇଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାପରଠୁ ତାଙ୍କର ଉତଥାନ ପତନ ଆରମ୍ଭ ହୋଇଥିଲା। ଖରାପ ପ୍ରଦର୍ଶନ ସତ୍ତ୍ବେ ତାଙ୍କୁ ରାଜ୍ୟ ଦଳରେ ଏକାଧିକ ଥର ସୁଯୋଗ ଦିଆଯାଇଥିଲା। କିନ୍ତୁ ୨୦୧୬ ପରଠୁ ତାଙ୍କୁ ଆଉ ସୁଯୋଗ ମିଳିନଥିଲା। ୨୦୧୭ ମସିହାରେ ନିଶାଗ୍ରସ୍ତ ଅବସ୍ଥାରେ କଟକ ରିଙ୍ଗ ରୋଡ୍‌ରେ ସିରିଜ୍‌ ଦୁର୍ଘଟଣା ଘଟାଇବା ଓ ପରେ ଗିରଫ ହୋଇ ଜେଲ୍‌କୁ ଯିବା ଘଟଣା ସେତେବେଳେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଖେଳ ଜୀବନ ଛଡ଼ା ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଥମେ ଚାକିରି କରିଥିବା ପୂର୍ବତଟ ରେଳବାଇରୁ ମଧ୍ୟ ସେ ୨୦୧୩ରେ ନିଲମ୍ବିତ ହୋଇଥିଲେ। ଏବେ ଭାରତୀୟ ଡାକ ସେବାରେ ସେ ଚାକିରି କରୁଛନ୍ତି।

କନିଷ୍ଠ ଦଳର ପ୍ରଶିକ୍ଷକ ହୋଇପାରନ୍ତି
ହଳଧରଙ୍କ ଏପରି ଅଚାନକ ଅବସରକୁ ନେଇ ଏକାଧିକ ଆଲୋଚନା ଚାଲିଛି। କିନ୍ତୁ ନିର˚ଜନ ବେହେରାଙ୍କୁ ହଟାଯାଇ ହଳଧରଙ୍କୁ ୧୯ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ କରାଯିବାକୁ ଏହା ଯୋଜନାବଦ୍ଧ ଅବସର ବୋଲି ଚର୍ଚ୍ଚା ହେଉଛି। ଗତ ଦୁଇ ଋତୁରେ ନିର˚ଜନଙ୍କ ପ୍ରଶିକ୍ଷଣରେ ରାଜ୍ୟ ୧୯ ବର୍ଷରୁ କମ୍‌ ଦଳ ନୈରାଶ୍ୟଜନ ପ୍ରଦର୍ଶନ କରିଆସୁଛି। ଗୋଟିଏ ବି ମ୍ୟାଚ୍‌ ଜିତିବାରେ ଦଳ ସକ୍ଷମ ହୋଇପାରୁନାହିଁ। କିନ୍ତୁ ଚୟନ ଓ ଅଭ୍ୟାସ ଶିବିରକୁ ଠିକ୍‌ ଢଙ୍ଗରେ ପରିଚାଳନା କରାଯାଉନଥିବାରୁ ଏହାର ପ୍ରଭାବ ଦଳୀୟ ପ୍ରଦର୍ଶନରେ ପଡ଼ୁଥିବା କୁହାଯାଉଛି। ହେଲେ ପ୍ରଶିକ୍ଷକଙ୍କୁ ନିୟମିତ ଭାବେ ଦୋଷ ଦିଆଯାଉଛି। ଅନ୍ୟପକ୍ଷରେ ଓସିଏ ନିର୍ବାଚନରେ ସ˚ଜୟ ବେହେରାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ପ୍ରଦୀପ ଚୌହାନ ଲଢ଼େଇ କରିଥିଲେ। ପ୍ରଦୀପଙ୍କ କ୍ଲବ୍‌କୁ ନିର˚ଜନ ପ୍ରତିନିଧିତ୍ବ କରିଆସୁଛନ୍ତି। ଅନ୍ୟପଟେ ସ˚ଜୟଙ୍କ ନିକଟତମ ଖେଳାଳିଙ୍କ ମଧ୍ୟରୁ ହଳଧର ଜଣେ। ଚଳିତ ବର୍ଷ ଓଡ଼ିଶା ଦଳରେ ସ୍ଥାନ ନଦେଇ ତାଙ୍କୁ ପ୍ରଶିକ୍ଷକ କରାଯିବାକୁ ଆଶ୍ବାସନା ଦିଆଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେଣୁ ଏଥିପାଇଁ ନିର˚ଜନଙ୍କ ବଦଳରେ ହଳଧରଙ୍କୁ ୧୯ ବର୍ଷରୁ କମ୍‌ ଦଳର ଦାୟିତ୍ବ ଦିଆଯିବା ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର