ନୂଆଦିଲ୍ଲୀ: ଭାରତୀୟ ତାରକା ଲିଆଣ୍ଡର ପେସ୍ ନ୍ୟୁପୋର୍ଟରେ ଚାଲିଥିବା ହଲ୍ ଅଫ୍ ଫେମ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ନ୍ୟୁଜିଲାଣ୍ଡର ମାର୍କସ୍ ଡାନିଏଲ୍ଙ୍କୁ ସାଥୀ କରିଥିବା ୪୬ ବର୍ଷ ବୟସ୍କ ପେସ୍ ତୃତୀୟ ମାନ୍ୟତା ଭାବେ ଖେଳୁଛନ୍ତି। ଶନିବାର କ୍ବାର୍ଟର ଫାଇନାଲ୍ରେ ଏହି ଭାରତ-କିୱି ଯୋଡ଼ି ୬-୪, ୫-୭ ଓ ୧୪-୧୨ ଟାଇବ୍ରେକର୍ ସେଟ୍ରେ ଅଷ୍ଟ୍ରେଲିଆ-ସ୍ବିଡେନ୍ ଯୋଡ଼ି ମାଥ୍ୟୁ ଏବ୍ଡେନ୍ ଓ ରବର୍ଟ ଲିଣ୍ଡ୍ଷ୍ଟେଡ୍ଙ୍କୁ ପରାସ୍ତ କରି ଦେଇଛନ୍ତି। ସେମିଫାଇନାଲ୍ରେ ପେସ୍-ମାର୍କସ୍ଙ୍କ ମୁକାବିଲା ମାର୍ସେଲ ଗ୍ରାନୋଲର୍ସ ଓ ସର୍ଗି ଷ୍ଟାକୋଭ୍ସ୍କିଙ୍କ ସହ ହେବ। ଏଥି ସହିତ ୧୯୯୫ରେ ହଲ୍ ଅଫ୍ ଫେମ୍ ଓପନ୍ ପଦାର୍ପଣ କରିଥିବା ପେସ୍ ଏବେ ଜନ୍ ମ୍ୟାକ୍ଏନରୋ (୪୭ ବର୍ଷ, ୨୦୦୬ ସାନ୍ ଜୋସ୍ଠାରେ)ଙ୍କ ପରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏଟିପି ଟୁର୍ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ପୁଣି ଚଳିତ ଋତୁରେ ଚତୁର୍ଥ ଥର ପାଇଁ ପେସ୍ ଏଟିପି ବିଶ୍ବ ଟୁର୍ ସେମିଫାଇନାଲ୍ ପହଞ୍ଚିଛନ୍ତି। ପେସ୍ ଏହା ପୂର୍ବରୁ ଲାୟନ୍ (ଏପ୍ରିଲ), ମରାକେଚ୍ (ଏପ୍ରିଲ) ଓ ମଣ୍ଟ୍ପେଲିୟର୍ (ଫେବ୍ରୁଆରି) ଓପନ୍ ସେମିଫାଇନାଲ୍ ପହଞ୍ଚିଥିଲେ। ୭୬୬ ଟୁର୍ ବିଜୟ ସହ ସର୍ବକାଳୀନ ଯୁଗଳ ମ୍ୟାଚ୍ ବିଜେତାଙ୍କ ତାଲିକାରେ ପେସ୍ ଷଷ୍ଠ ସ୍ଥାନରେ ରହିଛନ୍ତି।
ହଲ୍ ଅଫ୍ ଫେମ୍ ଓପନ୍ ସେମିରେ ପେସ୍
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)