ଭେଟେଲ୍‌ଙ୍କ ବିରୋଧରେ ହାମିଲ୍‌ଟନଙ୍କ ଗୁରୁତର ଅଭିଯୋଗ

ବକୁ: ଫେରାରି ଚାଳକ ସେବାସ୍ତିଆନ୍‌ ଭେଟେଲ୍‌ଙ୍କ ବିରୋଧରେ ମର୍ସିଡିସ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଜରବାଇଜନ୍‌ ଗ୍ରାଁ ପ୍ରିରେ ଭେଟେଲ ଉଦ୍ଦେଶ୍ୟମୁଳକ ଭାବେ ତାଙ୍କୁ ହଇରାଣ ହରକତ କରିଥିଲେ ବୋଲି ହାମିଲଟନ୍‌ କହିଛନ୍ତି। ସେ ମଧ୍ୟ ପ୍ରଚଳିତ ନିୟମ ନେଇ ସ୍ପଷ୍ଟୀକରଣ ଦେବାକୁ ରେସ୍‌ ନିର୍ଦେଶକ ଚାର୍ଲି ହ୍ଵାଇଟିଂଙ୍କୁ ଆହ୍ଵାନ କରିଛନ୍ତି। ହାମିଲଟନ୍‌ କହିିଛନ୍ତି ରବିବାରର ଆଜରବାଇଜନ୍‌ ଗ୍ରାଁ ପ୍ରିରେ ଜର୍ମାନି ତାରକା ଭେଟେଲ୍‌ କେତେବେଳେ ଗାଡ଼ିକୁ ଧିରେ ତ କେତେବେଳେ ଜୋରରେ ଚଳାଉ ଥିଲେ।

ସେହିଭଳି ମଝିରେ ମଝିରେ ସେ ମଧ୍ୟ କାର୍‌କୁ ପୁରାବନ୍ଦ କରି ପୁଣି ଥରେ ଷ୍ଟାର୍ଟ କରୁଥିଲେ। ଯାହା ସୁରକ୍ଷା ନିୟମର ପରପନ୍ଥୀ। ସୁରକ୍ଷା କାର୍‌ ଗଲାବେଳେ କାର୍‌କୁ ବାରମ୍ବାର ଅନ୍‌ ଅଫ୍‌ କରିବାର ଅନୁମତି ନାହିଁ। ଏଥି ସହ ପଛରେ ଆସୁଥିବା ଚାଳକର ନକଲ ମଧ୍ୟ କରିବା କଥା ନୁହେଁ। ହେଲେ ଭେଟେଲ୍‌ ସେପରି କରିଥିଲେ। ମୁଁ ତାଙ୍କ ପଛରେ ଥିବାରୁ ସେ ଏପରି କରିବାରୁ ଅଡ଼ୁଆରେ ପଡ଼ିଥିଲି। ଭେଟେଲ ଏଭଳି ମୋଟ ୪ ଥର କରିଥିଲେ ବୋଲି ହାମିଲଟନ୍‌ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର