ହାମିଲଟନ୍‌ ଟେଷ୍ଟରେ େଓ୍ଵଷ୍ଟଇଣ୍ଡିଜ୍‌ ୨୪୦ ରନ୍‌ରେ ପରାସ୍ତ

୨-୦ରେ ଶୃଙ୍ଖଳା ମୂଳପୋଛ କଲା ନ୍ୟୁଜିଲାଣ୍ଡ୍‌

ହାମିଲଟନ୍‌: ସ୍ଥାନୀୟ ସେଡନ୍‌ ପାର୍କରେ ନ୍ୟୁଜିଲାଣ୍ଡ୍‌ ଓ େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ତଥା ଶେଷ ଟେଷ୍ଟ ୪ ଦିନରେ ଶେଷ ହୋଇଗଲା। ପ୍ରଥମେ ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଟିମ୍‌ ସାଉଥି େଓ୍ଵଷ୍ଟଇଣ୍ଡିଜ୍‌ର ଶୀର୍ଷ କ୍ରମ ବ୍ୟାଟିଂ ବିଗାଡ଼ିଦେଲେ। ଏହାପରେ ନିଲ୍‌ ଓ୍ଵାଗନର୍‌ ମଧ୍ୟକ୍ରମ ବିପର୍ଯ୍ୟୟ ଘଟାଇଥିଲା ବେଳେ ମିଚେଲ ସାଣ୍ଟ୍‌ନର୍‌ ଲାଞ୍ଜ ଉପାଡ଼ିଦେଲେ। ଏହି ୪ ବୋଲରଙ୍କ ଘାତକ ବୋଲିଂ ଶେଷରେ େଓ୍ଵଷ୍ଟଇଣ୍ଡିଜ୍‌ର ଦ୍ୱିତୀୟ ପାଳିକୁ ୨୦୩ (୬୩.୫ ଓଭର) ରନ୍‌ରେ ସଫଳ କରିଦେଲା। ଫଳରେ ୪୪୪ ରନ୍‌ ଲକ୍ଷ୍ୟର ପିଛା କରିଥିବା ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଗୋଟିଏ ଦିନ ପୂର୍ବରୁ ୨୪୦ ରନ୍‌ରେ ହାରିଗଲା। ଏଥିସହିତ ଘରୋଇ ନ୍ୟୁଜିଲାଣ୍ଡ୍‌ ହାମିଲଟନ୍‌ ଟେଷ୍ଟ ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିନେଲା। ହାମିଲଟନ୍‌ରେ ଏକମାତ୍ର ଶତକ ହାସଲ କରିଥିବା ରସ୍‌ ଟେଲର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।
ସୋମବାର ତୃତୀୟ ଦିବସରେ ୪୪୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା େଓ୍ଵଷ୍ଟଇଣ୍ଡିଜ୍‌ ୩୦ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ମଙ୍ଗଳବାର ଚତୁର୍ଥ ଦିବସରେ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌ (୨୦) ନ୍ୟୁଜିଲାଣ୍ଡ୍‌ର ପ୍ରଥମ ଶିକାର ହୋଇଥିଲା ବେଳେ ସାଇ ହୋପ୍‌ (୬୪), କେମାର ରୋଚ୍‌ (୩୨) ଓ ରିଫର (୨୯) କିଛି ସମୟ ଲଢ଼ିଥିଲେ। ହେଲେ ନ୍ୟୁଜିଲାଣ୍ଡ୍‌ ବୋଲରଙ୍କ ମିଳିତ ଆକ୍ରମଣ ଇଣ୍ଡିଜ୍‌ ଦଳକୁ ଅଧିକ ସମୟ ତିଷ୍ଠିବାକୁ ଦେଇନଥିଲା। ଚତୁର୍ଥ ଦିବସରେ ୫୫.୫ ଓଭର ଲଢ଼ି ଇଣ୍ଡିଜ୍‌ ଦଳ ୨୦୩ରେ ସଫା ହୋଇଯାଇଥିଲା। ଓ୍ଵାଗ୍‌ନର ୩, ସାଉଥି, ବୋଲ୍‌ଟ ଓ ସାଣ୍ଟ୍‌ନର ପ ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଆହତ ଯୋଗୁଁ ରିଟାୟର୍ଡ ହର୍ଟ ହୋଇଥିବା ଅମ୍ବ୍ରିସ୍‌ ଆଉ କ୍ରିଜ୍‌କୁ ଫେରିନଥିଲେ।
େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୨୧ (କ୍ରେଗ୍‌ ବ୍ରାଥେଓ୍ଵଟ୍‌-୬୬, ବୋଲ୍‌ଟ-୪/୭୩, ଟିମ୍‌ ସାଉଦି-୨/୩୪, ଗ୍ରାଣ୍ଡ୍‌ହୋମ୍‌-୨/୪୦, ଓ୍ଵାଗ୍‌ନର୍‌-୨/୭୩)। ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ପାଳି: ୨୯୧/୮, ଘୋଷିତ (ରସ୍‌ ଟେଲର୍‌-୧୦୭*, କେନ୍‌ ଓ୍ଵିଲିୟମ୍‌ସନ୍‌-୫୪, ଟିମ୍‌ ସାଉଦି-୨୨*, କମିନ୍‌ସ-୩/୬୯, ସାନ୍‌ ଗାବ୍ରିଏଲ୍‌-୨/୫୨, ରସ୍ତନ୍‌ ଚେଜ୍‌-୨/୫୧)। େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ପାଳି: ୬୩.୫ ଓଭରରେ ୨୦୩ (ସାଇ ହୋପ୍‌-୬୪, କେମାର ରୋଚ୍‌-୩୨, ରିଫର-୨୯, ବ୍ରାଥ୍‌େଓ୍ଵଟ୍‌-୨୦, ଟିମ୍‌ ସାଉଥି-୨/୭୧, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୫୨, ନିଲ୍‌ ଓ୍ଵାଗ୍‌ନର-୩/୪୨, ମିଚେଲ ସାଣ୍ଟନର-୨/୧୩)।

ସମ୍ବନ୍ଧିତ ଖବର