ବାହାରିନ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ବାହାରିନ: ଚଳିତ ଫର୍ମୁଲା ୱାନ୍‌ ଋତୁର ଦ୍ବିତୀୟ ରେସ୍‌ ବାହାରିନ୍‌ ଗ୍ରାଁ ପ୍ରିକୁ ମର୍ସିଡିଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ଜିତି ନେଇଛନ୍ତି। ଏହି ବ୍ରିଟିସ୍‌ ତାରକା ୧:୩୪:୨୧.୨୯୫ ‌ଘଣ୍ଟା ସମୟ ନେଇ ନିଜ ସାଥୀ ଚାଳକ ଫିନ୍‌ଲାଣ୍ଡ୍‌ର ଭାଲଟେରି ବୋଟାସଙ୍କୁ ପଛରେ ପକାଇ ଚଳିତ ଋତୁର ପ୍ରଥମ ମୁକୁଟ ହାତେଇଥିଲେ। ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରିରେ ହାମିଲଟନ୍‌କୁ ପଛରେ ପକାଇ ବୋଟାସ ଟ୍ରଫି ଜିତିଥିଲେ। ଏଠାରେ ହାମିଲଟନ୍‌ ମଧୁର ପ୍ରତିଶୋଧ ନେଇଥିଲେ। ଫେରାରିର କାର୍ଲେସ୍‌ ଲେକ୍‌ଲର୍କ, ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌, ଫେରାରିର ସେବସ୍ତିଆନ୍‌ ଭିଟଲ୍‌ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହି ରେସ୍‌ ଶେଷ କରିଥିଲେ।

ସମ୍ବନ୍ଧିତ ଖବର