ଅଣ ୟୁରୋପୀୟ ଦେଶ ଭଲ କରୁଛନ୍ତି

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ବୁଧବାର ବ୍ରାଜିଲ୍‌ର ପ୍ରଶିକ୍ଷଣ ଶିବିରରେ ନେମାର ଯୋଗଦେବା ଦଳ ପାଇଁ ଭଲ ଖବର ହୋଇଛି। ସ୍ୱିଜରଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ସେ ପାଇଥିବା ଆଘାତ ସମସ୍ୟାରୁ ସୁଧାର ପାଇଛନ୍ତି। ଆଗରୁ ମୁଁ କହିଛି ଏ ବିଶ୍ୱକପ୍‌ କେବଳ ନେମାରଙ୍କୁ ନେଇ ନୁହେଁ ସମ୍ପୂର୍ଣ୍ଣ ବ୍ରାଜିଲ୍‌ ଦଳର ଅନ୍ୟ ପ୍ରତିଭାଙ୍କ ଉପରେ ନିର୍ଭର କରିବ। କିନ୍ତୁ ଏବେଠାରୁ ଦଳର ଆଉ କୌଣସି ଭୁଲ ଗ୍ରହଣୀୟ ହେବ ନାହିଁ।
ଆର୍ଜେଣ୍ଟିନା ଭଳି ବ୍ରାଜିଲ୍‌କୁ ଦୁଇଟି କଠୋର ମ୍ୟାଚ୍‌ର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ରାଜିଲ୍‌ ପାଇଁ କୋଷ୍ଟାରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ନିଶ୍ଚିତ ଜିତିବା ଆବଶ୍ୟକ। ଛୋଟ ଦଳଗୁଡ଼ିକ ବଡ଼ ଦଳ ବିପକ୍ଷ ମୁକାବିଲା ପାଇଁ ଯୋଜନାବଦ୍ଧ କୌଶଳ କରିଛନ୍ତି। ଏହା ମୂଳତଃ ଅଧିକାଂଶ ଖେଳାଳିଙ୍କୁ ମାର୍କିଂ କରିବାରେ ସୀମିତ ରହିଛି। ପଡ଼ିଆରେ ମେଳି କରିବା ଏବଂ ପ୍ରତିପକ୍ଷକୁ ଯଥେଷ୍ଟ ଖୋଲା ସ୍ଥାନ ନ ଦେବା ମଧ୍ୟ ସେମାନଙ୍କ ଅନ୍ୟତମ କୌଶଳ। ପ୍ରତି ଆକ୍ରମଣ କରିବା ପ୍ରତିଦ୍ୱଦ୍ୱୀ ଦଳର ରଣନୀତି ହୋଇପାରେ, କିନ୍ତୁ ଟ୍ରଫି ଦୌଡ଼ରେ ନ ଥିବା ଛୋଟ ୟୁରୋପୀୟ ଦେଶ ଏଭଳି ସବୁ କୌଶଳରେ ଅଭ୍ୟସ୍ତ।

ଚଳିତ ସଂସ୍କରଣ ବିଶ୍ୱକପ୍‌ରେ ଅଣ ୟୁରୋପୀୟ ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। ମେକ୍ସିକୋ ଏବଂ କୋଷ୍ଟାରିକା ଏହାର ଉଦାହରଣ। ଏଭଳି ପରିସ୍ଥିତିରେ ଯେଭଳି ପରୀକ୍ଷା ମିଳୁଛି ବ୍ରାଜିଲ୍‌କୁ ସହଜରେ ଆଶ୍ୱସ୍ତି ମିଳିବାର ନାହିଁ। ୨୦୧୪ କ୍ୱାର୍ଟର ଫାଇନାଲିଷ୍ଟ୍‍ ଦଳ ରକ୍ଷଣାତ୍ମକ ଖେଳୁଛନ୍ତି ଏବଂ କେନ୍ଦ୍ରୀୟ ଆମେରିକୀୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ହାରିଯାଇଛନ୍ତି। ସମାନ ୫-୪-୧ କୌଶଳ ଖେଳକୁ ଜାରି ରଖିଲେ ବ୍ରାଜିଲ୍‌ ଆଗ୍ରଭାଗ ପାଇଁ କଷ୍ଟକର ହୋଇଯିବ। ପରବର୍ତୀ ମ୍ୟାଚ୍‌ରେ ବ୍ରାଜିଲ୍‌କୁ ଅମୀମାଂସିତ ମିିଳିଲେ ବି ଏହା ମନସ୍ତାତ୍ତ୍ୱିକ ଧକ୍କା ଭଳି ହେବ। ଫଳରେ ଶେଷ ମ୍ୟାଚ୍‌ରେ ବ୍ରାଜିଲ୍‌କୁ ନିଶ୍ଚିତ ଅନ୍ୟତମ ୟୁରୋପୀୟ ଦେଶ ସର୍ବିୟା ବିପକ୍ଷରେ ବିଜୟ ଆବଶ୍ୟକ ପଡ଼ିବ। ତେଣୁ କୋଷ୍ଟାରିକା କଷ୍ଟ ଦୂର କରିବା ଲାଗି ଜେସସ୍‌, କଟିନୋ, ଓ୍ଵିଲିୟନ୍‌ ଏବଂ ନେମାରଙ୍କୁ ସେମାନଙ୍କ ‘ଏ’ ଖେଳ ଦେଖାଇବାକୁ ପଡ଼ିବ। ସୁଯୋଗ ହାତଛଡ଼ା କଲେ ପ୍ରତିପକ୍ଷ ଆତ୍ମବିଶ୍ୱାସ ପାଇଯିବେ। ଏହି ଅଗ୍ରଭାଗ ପ୍ରତିଭାମାନେ ପ୍ରଥମ ମ୍ୟାଚ୍‌ରେ ସାମୟିକ ଭଲ ପ୍ରଦର୍ଶନ କରିଥିଲେ। ଏବେ କୋଷ୍ଟାରିକାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାପରେ ରଖି ଭୁଲ ଲାଗି ବାଧ୍ୟ କରିବା ଉଚିତ୍‌।

ବ୍ରାଜିଲ୍‌ ଏବଂ ଆର୍ଜେଣ୍ଟିନା ପାଇଁ କେବଳ ଗୋଲ୍‌ ଦେବା ବଡ଼ କଥା ନୁହେଁ। ଉଭୟଙ୍କ ରକ୍ଷଣଭାଗ ମଧ୍ୟ ଭଲ ନାହିଁ। ସ୍ୱିଜରଲାଣ୍ଡ୍‌ ତୁଳନାରେ ସାମାନ୍ୟ ଭଲ ରହିଛି। ବ୍ରାଜିଲ୍‌ ତଥାପି ଗୋଲ୍‌ ବରଣ କରିଥିଲା। ବିଶ୍ୱକପ୍‌ରେ ଆପଣଙ୍କୁ ଭଲ କରିବାକୁ ହେଲେ ମଝି ପଡ଼ିଆରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଗତିକୁ ରୋକିବାକୁ ପଡ଼ିବ। କାଗଜ କଲମ ଦେଖିଲେ ବ୍ରାଜିଲ୍‌ ୪-୨-୩-୧ରେ ଖେଳୁଛି। କାସେମିରୋ ଏବଂ ପଲିନୋ ଆଗ୍ରଭାଗରେ ଭଲ। ଏମାନେ କୋଷ୍ଟାରିକା ବିପକ୍ଷରେ ବିଶେଷ ଚାପରେ ରହିବେ ବୋଲି ମୋର ବିଶ୍ୱାସ ହେଉ ନାହିଁ, ତଥାପି ସେମାନଙ୍କୁ ସଜାଗ ରହିବାକୁ ପଡ଼ିବ। କୌଶଳକୁ ଛାଡ଼ିଦେଲେ ଦକ୍ଷତା ଓ ଭାଗ୍ୟ, ସଙ୍କଳ୍ପ ଓ ଆକାଂକ୍ଷା ମଧ୍ୟ ଖେଳର ଅଂଶବିଶେଷ। ବିଶ୍ୱକପ୍‌ ପ୍ରତି ୪ ବର୍ଷରେ ଥରେ ଆସୁଥିବାରୁ ଖେଳାଳିମାନେ ଅନ୍ୟ ପ୍ରତିଯୋଗିତାରୁ ଆଣୁଥିବା ଅଭିଜ୍ଞତାକୁ ଉପଯୋଗ କରିପାରିବେ। ସେଥିପାଇଁ ଖେଳାଳିଙ୍କଠାରୁ ଅଧିକ ଏକାଗ୍ରତା ଓ ଗଭୀରତା ଆବଶ୍ୟକ ପଡ଼ିଥାଏ। ଉତ୍ସାହରେ ଥିଲେ ଖେଳାଳି ଅନେକ ଆଶ୍ଚର୍ଯ୍ୟ ଆଣିପାରନ୍ତି। ଅତୀତକୁ ପଛରେ ପକାଇ ବ୍ରାଜିଲ୍‌ ଆଗକୁ ବଢ଼ିବା ଉଚିତ୍‌। ଯୋଗ୍ୟତା ଅର୍ଜନ କରିବା ଏକମାତ୍ର ଲକ୍ଷ୍ୟ ହେବା କଥା ନୁହେଁ। ୨୦୧୪ ମସିହାର ସେମିଫାଇନାଲ୍‌ ଦୁଃସ୍ୱପ୍ନ ପରଠାରୁ ଦଳକୁ ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ ବିଜୟର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର