ମନୋବଳର ମୁକାବିଲା

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ଫୁଟ୍‌ବଲ୍‌ର ସବୁଠାରୁ ବଡ଼ ରାତି ପହଞ୍ଚି ଯାଇଛି। ୩୦ ଦିନ ଏବଂ ୬୩ ମ୍ୟାଚ୍‌ ପରେ ପ୍ରତ୍ୟେକ ଫୁଟବଲ୍‌ ପ୍ରେମୀ ଅପେକ୍ଷା କରିଥିବା କ୍ଷଣ ଆଜି ଉପନୀତ। ଇତିହାସ, ନାଟକ, ଭାବନା ଏବଂ ରୋମାଞ୍ଚକତା ଦୃଷ୍ଟିରୁ ଏହି ମ୍ୟାଚ୍‌କୁ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ଦିଗରୁ ତର୍ଜମା କରିବେ। ମୋତେ ଯଦି ପଚରାଯାଏ, ତାହାଲେ ମୁଁ ଗୋଟିଏ କଥା କହିବି। ବିଶ୍ୱକପ୍‌ ଫାଇନାଲ୍‌ ଆତ୍ମବିଶ୍ୱାସର ଖେଳ ହେବ। ଏଭଳିି ସ୍ତରର ମ୍ୟାଚ୍‌ ଜଟିଳ ବୈଷୟିକ କୌଶଳ ଏବଂ ଚତୁରତାରେ ନିପୁଣ ହେବା ସ୍ୱାଭାବିକ। ଯେତେବେଳେ ବିଶ୍ୱର ଶ୍ରେଷ୍ଠ ଦୁଇ ଦଳ ଲଢ଼େଇରେ ଅବତୀର୍ଣ୍ଣ ହେବେ ସେତେବେଳେ ଏହା ଛଡ଼ା ଆଉ କିଛି ଆଶା କରାଯାଇ ନପାରେ। ତା ସହିତ ଏହି କ୍ରୀଡ଼ା ଉତ୍ସବ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା କରିଥାଏ। ପରାଜିତ ହେଲେ ମଧ୍ୟ ଆପଣଙ୍କୁ ସତକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ ହେବ। ୧୯୮୬ ମସିହାରେ ଜର୍ଜ ଗୁରୁଚାଗା ସମସ୍ତଙ୍କ ଅଗୋଚରରେ ଜର୍ମାନି ଅର୍ଧରେ ପହଞ୍ଚି ଯାଇଥିବା ମୁଁ ଦେଖିବାକୁ ପାଇଛି, ତା ପରେ ଇତିହାସ। ଫ୍ରାନ୍ସ ଏବଂ କ୍ରୋଏସିଆର ଅଭିଯାନ ଅଲଗା ଅଲଗା ନୀତି ଓ ଆକୃତିରେ ଆଗକୁ ବଢ଼ିଛନ୍ତିି। ଫ୍ରାନ୍ସ ନକ୍‌ଆଉଟ୍‌ ପର୍ଯ୍ୟାୟର ତିନିଟି ମ୍ୟାଚ୍‌ ୯୦ ମିନିଟ୍‌ ଭିତରେ ଜିତିଛି। ଅନ୍ୟ ପକ୍ଷରେ କ୍ରୋଏସିଆ ଏହି ସମସ୍ତ ମ୍ୟାଚ୍‌ରେ ୧୨୦ ମିନିଟ୍‌ ପର୍ଯ୍ୟନ୍ତ ଖେଳିଛି। ଦିଦିଏର ଦେଶ୍ଚାମ୍ପ୍ସଙ୍କ ପିଲାମାନେ ପୂଆ ଆଧିପତ୍ୟ ବିସ୍ତାର କରିଥିଲେ। ଜ୍ଲାଟକୋ ଡାଲିକଙ୍କ ଦଳକୁ ପାରୁ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିଥିଲା। ଯାହା କ୍ରୋଏସିଆର ଅଭାବୀ ଆଧିପତ୍ୟକୁ ଦର୍ଶାଉଛି। ହେଲେ ଅନ୍ୟ ପଟୁ ଦେଖିଲେ ଏହା ସେମାନଙ୍କ ଲଢ଼ୁଆ ପ୍ରବୃତ୍ତିକୁ ଦର୍ଶାଉଛି। ଫାଇନାଲ ଏହି ଦୁଇ ଶୈଳୀର ଲଢ଼େଇ ହେବ। ଫ୍ରାନ୍ସ ଆକ୍ରମଣକୁ ଅସ୍ତ୍ର କରିବ । ସେମାନେ ପଶ୍ଚାତ ଓ ମଧ୍ୟଭାଗରେ ମଧ୍ୟ ବେଶ୍‌ ଶକ୍ତିଶାଳୀ। କିଲିଆନ୍‌ ଏମ୍‌ବାପେଙ୍କୁ ନେଇ ଅଧିକ ଚର୍ଚା ହେଉଥିଲେ ମଧ୍ୟ ଫ୍ରାନ୍ସ ଦଳରେ ଆହୁରି ଅନେକ ତାରକା ମଧ୍ୟ ଅଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଦୁଇ ଜଣ ଦକ୍ଷ ଖେଳାଳିଙ୍କୁ ଆଘାତ ଜନିତ ସମସ୍ୟା ପାଇଁ ହରାଇବା ସତ୍ତ୍ୱେ ସେମାନେ ସେହି କ୍ଷତିକୁ ସଫଳତାର ସହ ଭରଣା କରି ନେଇଛନ୍ତି। ବ୍ଲାଇସ୍‌ ମାତୁଇଦି ଲଗାତାର ଦୁଇଟି ହଳଦିଆ କାର୍ଡ ପାଇ ସେମିଫାଇନାଲରୁ ବଞ୍ଚିତ ହୋଇଥିଲେ। ପଲ୍‌ ପଗବା ଓ ଏନ୍‌ ଗୋଲୋ କାଣ୍ଟେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରାଇ ଦେଇ ନଥିଲେ। କେବଳ ଏମବାବେ କିମ୍ବା ଆଣ୍ଟୋନି ଗ୍ରିଜମ୍ୟାନ୍‌ ନୁହେଁ ଏହି ଦଳର ରକ୍ଷଣଭାଗ ଖେଳାଳି ବି ଗୋଲ୍‌ କରୁଛନ୍ତି। ଏହାର ମାନେ ନୁହେଁ ଯେ କ୍ରୋଏସିଆ ଫ୍ରାନ୍ସ ଲଢ଼େଇ ପାଇଁ ପ୍ରସ୍ତୁତ ନାହିଁ। ତିନିଟି ଯାକ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସେମାନେ ପଛରୁ ଫେରି ବିଜୟୀ ହୋଇଛନ୍ତି। ଦକ୍ଷ କଳା କୌଶଳ ସହ ଏଥିଲାଗି ସୁକ୍ଷ୍ମ ଏକାଗ୍ରତାର ଆବଶ୍ୟକତା ରହିଛି। ମୋ ନବେ ଦଶକ ଅଭିଜ୍ଞତାରୁ ମୁଁ କହିବି ଯେ ଜିତିବାର ଭୋକଥିଲେ କିଛି ବି କରିବା ଅସମ୍ଭବ ନୁହେଁ। କେବଳ ଲୁକା ମୋଡ୍ରିକ୍‌ କିମ୍ବା ଇଭାନ ପେରିସିକ ନୁହେଁ କ୍ରୋଏସିଆ ଦଳରେ ଅନେକ ଦକ୍ଷ ଖେଳାଳି ଅଛନ୍ତି। ଲଢ଼ୁଆ ଦଳ ମୋତେ ଭଲ ଲାଗନ୍ତି। କ୍ରୋଏସିଆ ରବିବାର ତାହା କରିପାରିଲେ ଲୁଝନିକି ଷ୍ଟାଡିୟମ ଲାଗି ଏହା ସବୁଦିନ ପାଇଁ ସ୍ମରଣୀୟ ହୋଇଯିବ।

ସମ୍ବନ୍ଧିତ ଖବର