ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ସ୍ଥାନୀୟ ସପ୍ତମ ବାଟାଲିୟନ ବିଦ୍ୟାଳୟ ପଡ଼ିଆରେ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଥ୍ରୋ ବଲ୍‌ ଏବଂ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇ ଯାଇଛି। ଏହି ଶିବିରରେ ୫୦ ଜଣ ବାଳକ-ବାଳିକା ଅଂଶ ଗ୍ରହଣ କରିଥିଲେ। ଶିବିରର ପ୍ରଥମ ଅଧିବେସନ ସକାଳ ୬ରୁ ୮ ଏବଂ ଦ୍ୱିତୀୟ ଅଧିବେସନ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲୁଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ, ବାସ୍କେଟବଲ୍‌ ପ୍ରଶିକ୍ଷକ ସୁମନ୍ତ ମହାପାତ୍ର, ଓଡ଼ିଶା ଥ୍ରୋ ବଲ୍‌ ଏବଂ ହ୍ୟାଣ୍ଡବଲ୍‌ ସଂଘର ସହ ସଂପାଦକ ଯଶୋବନ୍ତ ପରମଗୁରୁ ଏବଂ ମନୋଜ କୁମାର ନିସଙ୍କ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର