ହ୍ୟାଣ୍ଡିକ୍ୟାପ୍‌ ସ୍ନକର ଆରମ୍ଭ

ଭୁବନେଶ୍ୱର: ଭିଣ୍ଟେଜ୍‌ କ୍ଲବ୍‌ ଆନୁକୂଲ୍ୟରେ ନିଖିଳ ଓଡ଼ିଶା ହ୍ୟାଣ୍ଡିକ୍ୟାପ୍‌ ସ୍ନକର ପ୍ରତିଯୋଗିତା ଗୁରୁବାରଠୁ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମିଶାଲ ସ୍ୱାଇଁ ୨-୦ରେ ରାଜ୍ୟର ଏକ ନମ୍ବର ଖେଳାଳି ନିଶାନ୍ତ ବିଶ୍ୱାଳଙ୍କୁ ଏବଂ ସୌଭାଗ୍ୟ ବେହେରା ୨-୧ରେ ଚତୁର୍ଥ ମାନ୍ୟତା ଅନୁଜ ପଣ୍ଡାଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଛନ୍ତି। ଅନ୍ୟ ଲିଗ୍‌ ମ୍ୟାଚ୍‌ରେ ଉଦ୍‌ଭାସ ମହାପାତ୍ର ୨-୦ରେ ମିଶାଲ ସ୍ୱାଇଁଙ୍କୁ, ଯଯାତି ପଣ୍ଡା ୨-୦ରେ ଜ୍ଞାନ ଦାସଙ୍କୁ, ଅନୁଜ ପଣ୍ଡା୨-୧ରେ ଜଗଦୀଶ ମହାନ୍ତିଙ୍କୁ, ଜ୍ଞାନ ଦାସ ୨-୦ରେ ରାକେଶ ବାରିକଙ୍କୁ, ଉଦ୍‌ଭାସ ମହାପାତ୍ର ୨-୧ରେ ନିଶି ପ୍ରକାଶଙ୍କୁ, ସମୀର ଅଲ୍ଲୀ ୨-୦ରେ ସିଦ୍ଧାନ୍ତ ଜେନାଙ୍କୁ, ରାକେଶ ବାରିକ ୨-୦ରେ ଯଯାତି ପଣ୍ଡାଙ୍କୁ, ମିଶାଲ ସ୍ୱାଇଁ ୨-୧ରେ ନିଶି ପ୍ରକାଶଙ୍କୁ, ଚନ୍ଦ୍ରା ମହାନ୍ତି ୨-୦ରେ ଗଡ୍‌ଓ୍ଵିନ୍‌ କଲୁଙ୍କୁ, ରାହୁଲ ନାୟକ ୨-୦ରେ ରଂଜିତ ପତିଙ୍କୁ, ଅମିୟ ନାୟକ ୨-୦ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ବିରାଜ ଦାଶ ୨-୦ରେ ରୋହିତ ଶର୍ମାଙ୍କୁ, ଅବିନାଶ ମହାପାତ୍ର ୨-୧ରେ ରାକେଶ ମହାନ୍ତିଙ୍କୁ, ଜିତେନ୍‌ ଷଡ଼ଙ୍ଗୀ ୨-୦ରେ ତରୁଣ ପଟ୍ଟନାୟକଙ୍କୁ, ରାକେଶ ମହାନ୍ତି ୨-୧ରେ ଶିିବାଶିଷ ବିଶ୍ୱାଳଙ୍କୁ, ଅଜୟ ଆଚାର୍ଯ୍ୟ ୨-୧ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ସତ୍ୟଦୀପ ଦାସ ୨-୧ରେ ସିଦ୍ଧାନ୍ତ ଜେନାଙ୍କୁ, ଗଡ୍‌ଓ୍ଵିନ୍‌ କୁଲୁ ୨-୧ରେ ବିରାଜ ଦାଶଙ୍କୁ ଏବଂ ରାକେଶ ପ୍ରଧାନ ୨-୦ରେ ଅମିୟ ନାୟକଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର