ହ୍ୟାଣ୍ଡିକ୍ୟାପ୍‌ ସ୍ନକର ସେମିରେ ସୌଭାଗ୍ୟ, ରାକେଶ, ଆକାଶ

ଭୁବନେଶ୍ୱର: ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ନିଖିଳ ଓଡ଼ିଶା ହ୍ୟାଣ୍ଡିକ୍ୟାପ୍‌ ସ୍ନକର ପ୍ରତିଯୋଗିତାର ସେମିଫାଇନାଲ୍‌ରେ ସୌଭାଗ୍ୟ ରଂଜନ ବେହେରା, ରାକେଶ ରୋଶନ ପ୍ରଧାନ ଏବଂ ଆକାଶ ମହାପାତ୍ର ପ୍ରବେଶ କରିଛନ୍ତି। ମଙ୍ଗଳବାର କ୍ୱାର୍ଟର୍‌ ଫାଇନାଲ୍‌ରେ ସୌଭାଗ୍ୟ ୪-୧ରେ ସତ୍ୟଦୀପ ଦାଶଙ୍କୁ, ରାକେଶ ୪-୧ରେ ସୁବ୍ରତ ଦାସଙ୍କୁ ଏବଂ ଆକାଶ ୪-୦ରେ ଶ୍ୟାମ ଅଗ୍ରଓ୍ଵାଲ୍‌ଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ସୌଭାଗ୍ୟ ୩-୧ରେ ଯଯାତି ପଣ୍ଡାଙ୍କୁ, ରାକେଶ ୩-୨ରେ ଅବିନାଶ ମହାପାତ୍ରଙ୍କୁ, ଆକାଶ ୩-୦ରେ ସମୀର ଅଲ୍ଲୀଙ୍କୁ ହରାଇଥିଲେ। ସେହିଭଳି ନିଶାନ୍ତ ବିଶ୍ୱାଳ ୩-୧ରେ ଅନୁଜ ପଣ୍ଡାଙ୍କୁ, ଜିତେନ୍‌ ଷଡ଼ଙ୍ଗୀ ୩-୦ରେ ଚନ୍ଦ୍ର ମହାନ୍ତିଙ୍କୁ, ଶ୍ୟାମ ୩-୨ରେ ଅଜୟ ଆଚାର୍ଯ୍ୟଙ୍କୁ, ସୁବ୍ରତ ୩-୨ରେ ସତ୍ୟଜ୍ୟୋତି ମହାନ୍ତିଙ୍କୁ, ସତ୍ୟଦୀପ ୩-୨ରେ ଉଦ୍‌ଭାସ ମହାପାତ୍ରଙ୍କୁ ପରାସ୍ତ କରି କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ବୁଧବାର ନିଶାନ୍ତ ବିଶ୍ୱାଳ ଏବଂ ଜିତେନ ଷଡ଼ଙ୍ଗୀଙ୍କ ମଧ୍ୟରେ ଶେଷ କ୍ୱାର୍ଟର୍‌ ଫାଇନାଲ୍‌ ଏବଂ ଦୁଇଟି ଯାକ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର