ଜାହିରଙ୍କୁ ଅସମ୍ମାନିତ କରି ଜନ୍ମଦିନ ବାର୍ତ୍ତା ଦେଲେ ପାଣ୍ଡ୍ୟା: ଟ୍ଵିଟର୍‌ରେ ଉଡ଼ିଲା ଧୁଆଁଧାର ଗାଳି

ମୁମ୍ବାଇ: ସୋମବାର ୪୧ ବର୍ଷ ବୟସରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ତାରକା ଜାହିର୍‌ ଖାନ। ଜାହିରଙ୍କୁ ତାଙ୍କ ଜନ୍ମଦିନରେ ପରିବାର, ବନ୍ଧୁ ଓ ପ୍ରଶଂସକ ଅନେକ ଲୋକ ଶୁଭେଚ୍ଛା ଦେଇଥିବା ବେଳେ ଚର୍ଚ୍ଚାରେ ରହିଛି ଟିମ୍‌ମେଟ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ଵିଟ୍‌। ପାଣ୍ଡ୍ୟାଙ୍କୁ ତାଙ୍କ ଜନ୍ମଦିନ ଶୁଭେଚ୍ଛ ବାର୍ତ୍ତା ପାଇଁ ଅନେକ ଲୋକ ନିନ୍ଦା କରିଛନ୍ତି।

ପାଣ୍ଡ୍ୟା ଟ୍ଵିଟର୍‌ରେ ଜାହିର ଓ ତାଙ୍କର ଏକ ଖେଳ ସମୟର ଭିଡିଓ ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜାହିର୍‌ ଏକ ବଲ୍‌ ପକାଉଛନ୍ତି ଓ ତାହାକୁ ପାଣ୍ଡ୍ୟା ଛକା ମାରୁଛନ୍ତି।

ଏହି ଭିଡିଓଟି ଜାହିରଙ୍କ ପ୍ରତି ଅସମ୍ମାନଜନକ ବୋଲି ଅନେକ ପ୍ରଶଂସକ ମତ ରଖି ପାଣ୍ଡ୍ୟାଙ୍କୁ ଗାଳି କରିଛନ୍ତି। ପାଣ୍ଡ୍ୟା ଜନ୍ମଦିନ ଶୁଭେଚ୍ଛା ଦେବା ବେଳେ ବି ନିଜର ବଡ଼ିମା ଦେଖାଇ ଭିଡିଓ ପୋଷ୍ଟ୍‍ କରିଛନ୍ତି। ଜାହିରଙ୍କୁ ନୀଚା ଦେଖାଇବା ଉଦ୍ଦେଶ୍ୟରେ ପାଣ୍ଡ୍ୟା ଏପରି ଏକ ଭିଡିଓ ପୋଷ୍ଟ୍‍ କରିଛନ୍ତି ବୋଲି ଅନେକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର