ଆଇପିଏଲ୍‌ରେ ବିସ୍ଫୋରକ ବ୍ୟାଟିଂ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରସ୍ତୁତି, ‘ହେଲିକପ୍ଟର ସର୍ଟ’ର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଛି। ଏହି ଲିଗ୍‌ରେ ଖେଳୁଥିବା ଟିମ୍‌ର ଖେଳାଳି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନସ୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସିଗ୍ନେଚର ‘ହେଲିକପ୍ଟର ସର୍ଟ’ ଖେଳିବା ଉଦ୍ୟମ କରୁଥିବା ଦେଖାଯାଇଛି।

ଭାରତୀୟ ଟିମ୍‌ର ଏହି ଅଲ୍‌ରାଉଣ୍ଡର ମୁମ୍ବାଇ ଇଣ୍ଡିଆନସ୍‌ର ଅଭ୍ୟାସ ଅଧିବେଶନରେ ଏଭଳି ସଟ୍‌ ଖେଳୁଥିବା ଦେଖାଯାଇଛି। ପାଣ୍ଡ୍ୟା ନିଜର ଟୁଇଟ୍‌ର ଆକାଉଣ୍ଟସ୍‌ରେ ‘ହେଲିକପ୍ଟର ସର୍ଟ’ର ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଅନୁମାନ କରନ୍ତୁ ଯେ, ଏଭଳି ସର୍ଟ ଖେଳିବା ପଛରେ ମୋର ପ୍ରେରଣାର ଉତ୍ସ କିଏ?

ସୂଚନାଯୋଗ୍ୟ ୟର୍କର ବଲକୁ ସମ୍ମୁଖୀନ କରିବା ଲାଗି ହେଲିକପ୍ଟର ସର୍ଟ ହେଉଛି ଏକ ପ୍ରଭାବଶାଳୀ ମାଧ୍ୟମ। ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌- ୨୦୧୯ ଖେଳିବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛନ୍ତି। ଏହା ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଶେଷ ହୋଇଥିବା ୫ ମ୍ୟାଚ ଦିନିକିଆ ଶୃଙ୍ଖଳାରେ ଖେଳି ନଥିଲେ। ଏହି ଶୃଙ୍ଖଳାରେ ଭାରତ ୨-୩ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର