ଏହି ସମସ୍ୟା ପାଇଁ ଲଣ୍ଡନରେ ଅସ୍ତ୍ରୋପଚାର କରାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ସେୟାର କଲେ ଫଟୋ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏକ ଅସ୍ତ୍ରୋପଚାର ହୋଇଛି  । ଲଣ୍ଡନରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ଫଟୋ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ପିଠିର ତଳ ଭାଗରେ ଆଘାତ ଲାଗିବା ପରେ ସେ ଭାରତୀୟ ଦଳରୁ ଅବ୍ୟାହତି ନେଇଥିଲେ । ତେବେ ଅସ୍ତ୍ରୋପଚାର ପରେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ କ୍ରିକେଟରୁ  ଦୂରରେ ରହିବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି । ଏହି ଖବର ଭାରତୀୟ ଟିମ୍‌ ଓ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି ।

 

 

View this post on Instagram

 

Surgery done successfully 🥳 Extremely grateful to everyone for your wishes ❣️ Will be back in no time! Till then miss me 😉

A post shared by Hardik Pandya (@hardikpandya93) on

ଅସ୍ତ୍ରୋପଚାର ପରେ ହାର୍ଦ୍ଦିକ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଛି । ସମସ୍ତଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ୍‌ । ମୁଁ ଖୁବ୍‌ ଶୀଘ୍ର କ୍ରିକେଟ ମଇଦାନକୁ ଫେରିବି । ସୂଚନା ମୁତାବକ, ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦  ଖେଳିଥିଲେ ପାଣ୍ଡ୍ୟା । କିନ୍ତୁ ଏହା ପରେ ତାଙ୍କୁ ଟେଷ୍ଟ ସିରିଜ୍‌ରେ ଖେଳିବାର ସୁଯୋଗ ମିଳି ନ ଥିଲା ।

ସମ୍ବନ୍ଧିତ ଖବର