ହରେନ୍ଦ୍ର ସିଂହ ହେବେ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ କୋଚ୍‌

ଏସ୍‌ଜୋରାଦ୍‌ ମାରିଜିନ ମହିଳା ଟିମ୍‌ର କୋଚ୍‌

ନୂଆଦିଲ୍ଲୀ: ହକି ଇଣ୍ଡିଆ ହରେନ୍ଦ୍ର ସିଂହଙ୍କୁ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ କୋଚ୍‌ ଭାବରେ ମଙ୍ଗଳବାର ଘୋଷଣା କରିଛି। ସେହିଭଳି ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ ଭାବରେ ୪୪ ବର୍ଷୀୟ ଏସ୍‌ଜୋରାଦ୍‌ ମାରିଜିନ ଦାୟିତ୍ୱ ନେବେ। ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତୀୟ ଜୁନିଅର ହକି ଟିମ୍‌ ଉତ୍ତର ପ୍ରଦେଶ ହକି ଜୁନିଅର ଓ୍ଵାଲର୍ଡ କପ୍‌ ୨୦୧୬ରେ ହାସଲ କରିିଥିଲା।

୨୦୧୭ରେ ସେ ଭାରତୀୟ ମହିଳା ହକି ଟିମ୍‌ର କୋଚ ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଟମ୍‌ ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଅନୁଷ୍ଠିତ ୨୧ତମ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୪ର୍ଥ ସ୍ଥାନ ହାସଲ କରିଛି। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଜାପାନରେ ୯ମ ମହିଳା ଏସିଆ କପ୍‌ରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା।

ମାରିଜିନଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଟିମ୍‌ ହକି ଓ୍ଵାଲଡ ଲିଗ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭାରତୀୟ ମହିଳା ଟିମ୍‌ରେ ଯୋଗଦେବା ପୂର୍ବରୁ ମାରିଜିନ ନେଦରଲ୍ୟାଣ୍ଡ ସହିତ ଅନୁବନ୍ଧ ଥିଲେ। ତାଙ୍କ ନେତୃତ୍ୱରେ ଭାରତ ଆଗାମୀ ମେ’ ମାସ ୧୩ରୁ ୫ମ ମହିଳା ଏସିଆ ଚମ୍ପିଅନ୍‌ ଟ୍ରଫିରେ ପ୍ରତିଦ୍ୱନ୍ଦୀତା କରିବାକୁ ଯାଉଛି।

ସମ୍ବନ୍ଧିତ ଖବର