ହରିଶ୍ଚନ୍ଦ୍ର କ୍ରିକେଟ୍‌ ସେମିରେ କୁମାରବସ୍ତ-ବୈଦେଶ୍ବର

ଭୁବନେଶ୍ବର: ବାଙ୍କୀ ପୁଥୁରିପଡ଼ାଠାରେ ମହାବେରଣା କ୍ଲବ୍ ପକ୍ଷରୁ ଚାଲିଥିବା ୩୧ତମ ହରିଶ୍ଚନ୍ଦ୍ର ମିଶ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ଶନିବାର ଢେଙ୍କାନାଳର ମାର୍ଥାପୁରକୁ ୪ ୱିକେଟ୍‌ରେ ହରାଇ ଖୋର୍ଧାର କୁମାରବସ୍ତ ସେମିଫାଇନାଲକୁ ଉନ୍ନୀତ ହୋଇଛି। ମାର୍ଥାପୁର ୨୦ ଓଭରରେ ୯ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା। ଜଟାଧାରି ରାଉତ ସର୍ବାଧିକ ୬୮ ରନ୍ କରିଥିଲେ। ପ୍ରତିପକ୍ଷର ଅଭିମନ୍ୟୁ ସ୍ବାଇଁ ୩, ଅଭିଷେକ ପଟ୍ଟନାୟକ ୨ ୱିକେଟ୍ ନେଇଥିଲେ। ଜବାବରେ କୁମାରବସ୍ତ ୧୬.୩ ଓଭରରେ ୬ ୱିକେଟ୍‌ ହରାଇ ୨୧୫ ରନ୍ କରି‌ ନେଇଥିଲା। ମୃତ୍ୟୁଞ୍ଜୟ ମାନସିଂହ (୩୩ ବଲରୁ ୧୦୧) ବିସ୍ଫୋରକ ଶତକ ହାସଲ କରିଥିବା ବେଳେ ଶୁଭେନ୍ଦୁ ପ୍ରଧାନ ୨୪ ବଲରୁ ୪୫ ରନ୍ କରିଥିଲେ। ମାର୍ଥାପୁରର ସତ୍ୟବ୍ରତ ମିଶ୍ର ୨ ୱିକେଟ୍ ନେଇଥିଲେ। ଶତକୀୟ ପାଳି ପାଇଁ ମୃତ୍ୟୁଞ୍ଜୟଙ୍କୁ ପୂର୍ବତନ ସରପଞ୍ଚ ରଘୁନାଥ ସ୍ବାଇଁ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ରବିବାର କୁମାରବସ୍ତ ଏବଂ ଦିସା ବୈଦେଶ୍ବରମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଶୁକ୍ରବାର ନଁପୁଟ (ଭୁବନେଶ୍ବର)କୁ ୧୯ ରନ୍‌ରେ ପରାସ୍ତ କରି ବୈଦେଶ୍ବର ଦଳ ସେମିଫାଇନାଲ୍‌ ପ୍ରବେଶ କରିଥିଲା। ମାନସ ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅତିଥି କୈଳାଶ ଚନ୍ଦ୍ର ଖଟୁଆଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର