ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌: ବୈଦେଶ୍ବର ବିଜୟୀ

ଭୁବନେଶ୍ବର: ବାଙ୍କୀ ପଥୁରୀପଡ଼ାରେ ଚାଲିଥିବା ୩୧ତମ ହରିଶ୍ଚନ୍ଦ୍ର ମିଶ୍ର ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଦିଶା ବୈଦେଶ୍ବର ୮ ୱିକେଟ୍‌ରେ ଭାଲିଆବାଡି (ଖୋର୍ଧା) ଦଳକୁ ପରାସ୍ତ କରିଛି। ଭାଲିଆବାଡି ଦଳ ୧୨୪ ରନ୍‌ କରିଥିଲା। ସୌମ୍ୟରଞ୍ଜନ ଜେନା ୨୮ ବଲ୍‌ରେ ୫୨ ଓ ନିଖିଲ ନାୟକ ୧୬ ବଲ୍‌ରେ ୩୬ ରନ୍‌ କରିଥିଲା ବେଳେ ଜଗନ ବେହେରା ଓ ଗଣେଶ୍ବର ମହାପାତ୍ର ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଦୀନେଶ ବେହେରାଙ୍କ ୫୩ ବଲ୍‌ରୁ ଅପରାଜିତ ୭୭ ଓ ସୁଶାନ୍ତ ସୁବୁଦ୍ଧିଙ୍କ ୨୧ ବଲ୍‌ରୁ ୩୨ ରନ୍‌ ସହାୟତାରେ ବୈଦେଶ୍ବର ଦଳ ୧୬.୨ ଓଭରରେ ୨ ୱିକେଟ୍‌ ହରାଇ ୧୨୮ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଦୀନେଶ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅତିଥି ବ୍ରଜବନ୍ଧୁ ଦାସଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଭଗବାନ ପ୍ରଧାନ ଓ ଶରତ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ବୈଦେଶ୍ବରର ମୁକାବିଲା ନଁପୁଟ (ଭୁବନେଶ୍ବର) ସହ ହେବ।

ସମ୍ବନ୍ଧିତ ଖବର