ନ୍ୟୁଜିଲାଣ୍ଡ ଠାରୁ ଟି-୨୦ ଶୃଙ୍ଖଳାରେ ହାରିବା ନେଇ ଚିନ୍ତା କରୁ ନାହିଁ ଭାରତୀୟ ଟିମ: ହରମନପ୍ରୀତ

ଆକଲାଣ୍ଡ: ଭାରତୀୟ ମହିଳା ଟି-୨୦ କ୍ରିକେଟର ଅଧିନାୟିକା ହରମନପ୍ରୀତ କୌର ଶୁକ୍ରବାର ନ୍ୟୁଜିଲାଣ୍ଡରେ ପରାଜୟ ଟିମ୍‌ ପାଇଁ ଏକ ପ୍ରମାଣ ବୋଲି କହିଛନ୍ତି। ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ଏଠାରେ ଇଡନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଭାରତୀୟ ଟିମକୁ ୪ ଓ୍ଵିକେଟରେ ହରାଇଛି। ନ୍ୟୁଜିଲାଣ୍ଡ ୩ ମ୍ୟାଚର ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଅଛି।

ହରମନପ୍ରୀତ ମ୍ୟାଚ ପରେ କହିଛନ୍ତି, ଏହି ପରାଜୟକୁ ନେଇ ମୁଁ ଚିନ୍ତିତ ନୁହେଁ। ଆମେ ଏଠାକୁ ଭଲ କ୍ରିକେଟ ଖେଳିବାକୁ ଆସିଥିଲୁ। ଆମର ବୋଲର ଆଜି ଭଲ ପ୍ରଦର୍ଶନ କରିଛନ୍ତି କାରଣ ଏମାନେ ମ୍ୟାଚକୁ ଶେଷ ଓଭର ପର୍ଯ୍ୟନ୍ତ ନେଇ ଯାଇଥିଲେ। ଯଦିଓ ଆମେ ଶୃଙ୍ଖଳାରେ ହାରି ଯାଇଛୁ ତଥାପି ମୋଟାମୋଟି ଭାବରେ କହିବାକୁ ଗଲେ ମ୍ୟାଚ ଭଲ ଥିଲା। ଏହି ଶୃଙ୍ଖଳାରୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ହରମନପ୍ରୀତ କହିଛନ୍ତି।

ନ୍ୟୁଜିଲାଣ୍ଡ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୩୫ ରନ କରିଥିଲା। ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ନିଜ ଇନିଂସର ଶେଷ ବଲରେ ପୂରା କରିଥିଲା।

ସମ୍ବନ୍ଧିତ ଖବର