ଭାରତୀୟ ମହିଳା ଟି-୨୦ ଅଧିନାୟିକାଙ୍କ ଠାରୁ ଡିଏସପି ପଦବି କାଢ଼ିନେଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ଭାରତୀୟ ମହିଳା ଟି -୨୦ ଦଳର ଅଧିନାୟିକା  ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ  ହରମନପ୍ରିତ କୌରଙ୍କ ଠାରୁ ପଞ୍ଜାବ ସରକାର  ଡିଏସପି ପଦବି ଫେରାଇ ନେଇଛନ୍ତି। ପୁଲିସ ଯାଞ୍ଚ ବେଳେ  ହରମନପ୍ରିତ କୌରଙ୍କ ସ୍ନାତକ ପ୍ରମାଣପତ୍ର ଜାଲ ହୋଇଥିିବାରୁ ପଞ୍ଜାବ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ ଯେ ହରମନପ୍ରିତ କୌରଙ୍କୁ ପଞ୍ଜାବ ସରକାର  ଗତ ମାର୍ଚ୍ଚ ମାସରେ ପୁଲିସ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ପୁଲିସ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ସମୟରେ ହରମନପ୍ରିତ ମିରଟ୍‌ର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ  ୨୦୧୧ ମସିହାରେ  ସ୍ନାତକ ଡିଗ୍ରୀ ହାସଲ କରିଥିବାର ପ୍ରମାଣପତ୍ର ଦାଖଲ କରିଥିଲେ।ତେବେ  ଯାଞ୍ଚ ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ପଞ୍ଜାମ ସରକାରଙ୍କୁ ଜଣାଇଥିଲେ ଯେ  ହରମନପ୍ରିତ କୌର ଯେଉଁ ମାର୍କସିଟ୍‌ ଦାଖଲ କରିଛନ୍ତି ସେଥିରେ ଥିବା ରୋଲ ନମ୍ବର ଓ ଏନରୋଲମେଣ୍ଟ ନମ୍ବର ବିଶ୍ୱବିଦ୍ୟାଳୟ ରେକର୍ଡରେ ନାହିଁ। ତେବେ ଏଥିପାଇଁ ଆଜି  ପଞ୍ଜାବ ସରକାର ହରମନପ୍ରିତଙ୍କ ଠାରୁ ଡିଏସପି ପଦବି ଅପସାରଣ କରିନେବା ସହିତ ତାଙ୍କ ଦ୍ୱାଦଶ ଶ୍ରେଣୀ ଯୋଗ୍ୟତା ଆଧାରରେ ପଞ୍ଜାବ ପୁଲିସରେ ଜଣେ କନଷ୍ଟେବଳଭାବେ କାର୍ଯ୍ୟ କରିବାକୁ ଅଫର ଦିଆଯାଇଛି ବୋଲିି ପଞ୍ଜାବ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ତେବେ ଏହି ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରାଯାଇଥିିବା ନେଇ ପଞ୍ଜାବ ସରକାର କୌଣସି ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର