ହର୍ଷ ଭୋଗ୍‌ଲେ: ପନ୍ତ୍‌ଙ୍କ ସମ୍ପର୍କରେ ଅଧିକ ଜିଜ୍ଞାସୁ

ଦିଲ୍ଲୀ ନିଜ ମୂଳ ନାମରୁ ‘ଡେୟାର ଡେଭିଲ୍‌ସ’ (ସାହସୀ ସୈତାନ/ପିଶାଚ) ଶବ୍ଦକୁ ହଟାଇ ଦେଇଛି ସତ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏହି ଦଳ ଭୟଙ୍କର ଖେଳ ଦେଖାଇଛି। ପିଶାଚ ଋଷବ ପନ୍ତଙ୍କ ଭଳି ପୃଥୁଳାକାର ନୁହଁନ୍ତି, କିନ୍ତୁ ପନ୍ତ୍‌ଙ୍କ ରୂପରେ ସେ ଛଦ୍ମବେଶରେ ଆସିଥିବାରୁ ମୁମ୍ବାଇ ବୋଲର ଆଶ୍ଚର୍ଯ୍ୟ। ପନ୍ତ୍‌ଙ୍କ ୨୭ ବଲ୍‌ ୭୮* ରନ୍ ପାଳି ଅବସରରେ ମୁଁ ୩ ଥର ଆଖି ପତାକୁ ଅଧିକ ଭାବେ ଖୋଲିବାକୁ ବାଧ୍ୟ ହୋଇଥିଲି ଏବଂ ମାଢ଼ି ଖସିଯିବା ଭଳି ଲାଗୁଥିଲା।‌ ସ୍କୋୟାର ଲେଗ୍ ଉପରେ ତାଙ୍କ ପୁଲ୍ ହେଉ ଅବା ହେଲିକପ୍ଟର ସଟ୍‌ ଅତି ଚମତ୍କାର ଥିଲା। ଚୌକା ସହିତ ଅର୍ଧଶତକ ବି ମନ ମୋହିଥିଲା। ମୁଁ ଜାଣି ପାରୁ ନାହିଁ ଏହା ଜଣେ ଯୁବକର ନିର୍ଭୟ ଗୁଣ ନା ସାହାସୀ ନା ଅକ୍ତିଆରରେ ଥିବା ଏକ ପ୍ରତିଭା। ତାଙ୍କ ସମ୍ପର୍କରେ ମୁଁ ଅଧିକରୁ ଅଧିକ ଜାଣିବାକୁ ନିଶ୍ଚିତ ଆଗ୍ରହୀ ରହିବି।

ରବିବାର କେବଳ ପନ୍ତ୍‌ଙ୍କ ପରାକ୍ରମ ନୁହେଁ ରବାଦାଙ୍କ ନମନୀୟ ବୋଲିଂ ବି ନଜରକୁ ଆସିଥିଲା। କଲେଜ ବେଳର ପଢ଼ା ମନେ ପଡ଼ିଥିଲା। ସରଳ, ବ୍ୟବସ୍ଥିତ ଏବଂ ଭୟ ଶୂନ୍ୟତା ପରେ ହିଁ ଉଗ୍ରତା ଆସୁଥିଲା। ରବାଦା ଘଣ୍ଟାପ୍ରତି ୧୪୩ କିଲୋମିଟର ବେଗରେ ଆରମ୍ଭ କରିଥିଲେ କିନ୍ତୁ ତିନୋଟି ବଲ୍‌ ସେ ସହଜରେ ୧୫୦ ବେଗରେ ପକାଇଥିଲେ। ଅନେକ ବୋଲର ଏବେ ଗତିକୁ କମାଇ ଦେଲେଣି। ରବାଦାଙ୍କ ଭଳି ବୋଲର ଗତି କମାଇଦେବା ନିଶ୍ଚିତ ବିବାହ ଉତ୍ସବ ଦର୍ଶକଙ୍କୁ ସନ୍ତୁଷ୍ଟ କରିବା ଲାଗି ବାଲେଟିକ୍ ନୃତ୍ୟ ଭଳିହେବ। ଟି-୨୦ କ୍ରିକେଟ୍‌ ପାଇଁ ଏହାର କିଛି ମାନେ ନାହିଁ, ଆଜିକାଲି ବ୍ୟାଟସମ୍ୟାନ୍‌ ପେସ୍ ବୋଲିଂକୁ ପସନ୍ଦ କରୁନାହାନ୍ତି। ଦିଲ୍ଲୀ ଦଳରେ ଏବେ ବୋଲଟ୍, ଈଶାନ୍ତ, ମୋରିସ୍‌ଙ୍କ ସହିତ ଆଭେସ୍ ଖାନ୍‌ ଉପଲବ୍‌ଧ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସକୁ ଭଲ ପିଚ୍‌ର ଆବଶ୍ୟକତା ରହିଛି। କୋଟଲା ଭଳି ମନ୍ଥର, ତଳୁଆ ଚଟାଣ ଭଲ ରହିପାରେ। ଦିଲ୍ଲୀ କ୍ୟାପିଟାଲ୍‌ସକୁ କିନ୍ତୁ ଆଗକୁ ବଢ଼ିବାକୁ ହେଲେ ଦଳର ଭାଷାକୁ କ୍ୟୁରେଟର୍ ବୁଝିବା ଉଚିତ୍‌। ଧୋନି ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ନିଶ୍ଚିତ ଅଙ୍ଗାଙ୍ଗି ଜଡ଼ିତ, ସେମାନେ ଏଭଳି ପରିବେଶରେ ଭଲ କରିପାରନ୍ତି।

ସମ୍ବନ୍ଧିତ ଖବର