ପୋଷାକ ପାଇଁ ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ ସାକ୍ଷୀ, ଭଲ ପାଇବା ଦେଇ ଟ୍ରୋଲ କରିଥିବା ବ୍ୟକ୍ତିଙ୍କୁ ଉଚିତ୍‌ ଜବାବ ଦେଲେ ପ୍ରଶଂସକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ସବୁ ବେଳେ ନିଜ ବିଷୟରେ ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । କୁଆଡ଼େ ଯାଉଛନ୍ତି କେଉଁଠି ଅଛନ୍ତି ସେ ସବୁ ବିଷୟରେ ସେ ନିଜ ସୋସିଆଲ ମିହିଆ ଆକାଉଣ୍ଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥାନ୍ତି। କିନ୍ତୁ ତାଙ୍କୁ ଏପରି କରିବା ଏବେ ମହଙ୍ଗା ପଡ଼ିଛି । ଇନ୍‌ଷ୍ଟାଗ୍ରାମ୍‌ରେ ସେ ନିଜର ଏକ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ଫଟୋକୁ ନେଇ ଅନେକ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି ।

ଫଟୋରେ ସେ ପିନ୍ଧିଥିବା ପୋଷାକକୁ ନେଇ ଅନେକ ଇନ୍‌ଷ୍ଟା ବ୍ୟବହାରକାରୀ ତାଙ୍କ ଫଟୋ ଉପରେ ଖରାପ ମନ୍ତବ୍ୟ ରଖିଥିବା ବେଳେ ସେମାନଙ୍କୁ ଉଚିତ୍‌ ଜବାବ ଦେଇଛନ୍ତି ସାକ୍ଷୀଙ୍କ ପ୍ରଶଂସକ । ସାକ୍ଷୀ ପୋଷ୍ଟ କରିଥିବା ଫଟୋକୁ ନେଇ ତାଙ୍କ ପ୍ରଶଂସକମାନେ ଦେଇଥିବା ଭଲ ପାଇବା ଟ୍ରୋଲ କରିଥିବା ବ୍ୟକ୍ତିଙ୍କ ମୁହଁ ବନ୍ଦ କରିପାରିଛି ।

ସମ୍ବନ୍ଧିତ ଖବର