ଏକାଠି ଖେଳିଲେ ହାଜାର୍ଡ ଭାଇ

ସୋଚି: ବିଶ୍ୱକପ୍‌ରେ ଦୁଇ ଭାଇ ଗୋଟିଏ ଦଳରୁ ଖେଳିବାର ହାତଗଣତି ଉଦାହରଣ ରହିଛି। ସୋମବାର ବେଲଜିୟମ ଅଧିନାୟକ ଇଡେନ୍‌ ହାଜାର୍ଡ ଏବଂ ତାଙ୍କ ସାନ ଭାଇ ଥର୍ଗାନ ହାଜାର୍ଡ ଏହି ସ୍ୱତନ୍ତ୍ର ତଥା ସମ୍ମାନଜନକ ତାଲିକାରେ ସ୍ଥାନ ପାଇବାର ସ୍ମରଣୀୟ ସଫଳତା ଲାଭ କରି ଥିଲେ। ଉଭୟ ଏକାଠି ପାନାମା ବିରୋଧରେ ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିଥିଲେ। ପଦାର୍ପଣକାରୀ ପାନାମା ବିପକ୍ଷ ମ୍ୟାଚ୍‌ରେ ଇଡେନ୍‌ ଆରମ୍ଭ ଏକାଦଶରେ ରହିଥିଲେ। ଥର୍ଗାନ କିନ୍ତୁ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ୮୩ ମିିନିଟ୍‌ରେ ସେ ଗୋଲ୍‌ ସ୍କୋରର ଡ୍ରାଏସ୍‌ ମେର୍ଟନ୍‌ସଙ୍କ ସ୍ଥାନରେ ଖେଳିବାକୁ ଓହ୍ଲାଇବା ପରେ କିନ୍ତୁ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଥିଲା। ଚଳିତ ବିଶ୍ୱକପ୍‌ରେ ଗୋଟିଏ ଦଳରୁ ଏବଂ ପ୍ରଥମ ମ୍ୟାଚ୍‌ରେ ଏକାଠି ଖେଳିବାରେ ଇଡେନ୍‌ ଏବଂ ଥର୍ଗାନ ପ୍ରଥମ ଦୁଇ ଭାଇ ବନି ଯାଇଥିଲେ। ୨୭ ବର୍ଷୀୟ ଇଡେନ୍‌ ବେଲଜିୟମ ପକ୍ଷରୁ ୮୫ ମ୍ୟାଚ୍‌ ଖେଳି ୨୨ ଗୋଲ୍‌ ଦେଇଛନ୍ତି। ୨୫ ବର୍ଷୀୟ ଥର୍ଗାନ ୧୧ ମ୍ୟାଚ୍‌ରେ ବେଲଜିୟମର ପ୍ରତିନିଧିତ୍ୱ କରି ଗୋଟିଏ ଗୋଲ୍‌ ଦେଇଛନ୍ତି। ସଂଯୋଗ ବଶତଃ ଉଭୟ କିନ୍ତୁ ମଧ୍ୟଭାଗରେ ଖେଳନ୍ତି।

ସମ୍ବନ୍ଧିତ ଖବର