ନୂଆଦିଲ୍ଲୀ: ସ୍ୱର୍ଣ୍ଣପଦକ ଜିଣିଲେ, ହେଲେ ବାପାଙ୍କୁ ଉପହାର ଦେବା ପୂର୍ବରୁ ଏପରି ଘଟିଲା

0 1,166

ନୂଆଦିଲ୍ଲୀ: ନିକଟରେ ଇଣ୍ଡୋନେସିଆରେ ଶେଷ ହୋଇଥିିବା ୧୮ତମ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିଣିଥିବା ତାଜିନ୍ଦର ପାଲ ସିଂହ ତୁୁରଙ୍କ ପାଇଁ ଏହି ସ୍ୱର୍ଣ୍ଣପଦକ ଜିଣିବାର ଖୁସି ଦୁଃଖରେ ପରିଣତ ହୋଇଛି। ନିଜ କ୍ୟାନେସର ପୀଡ଼ିତ ବାପାଙ୍କୁ ସେ ଜିଣିଥିବା ସ୍ୱର୍ଣ୍ଣପଦକକୁ ଗିଫ୍ଟ ଦେବା ପାଇଁ ଜାକର୍ତ୍ତାରୁ ଆସି ଦିଲ୍ଲୀର ପହଞ୍ଚିବା ପରେ ତରତରରେ ଘରକୁ ଯାଉଥିବା ବାଟରେ ବାପାଙ୍କ ପରଲୋକ ଖବର ତୁରଙ୍କୁ ସ୍ତବ୍ଧ କରି ଦେଇଛିି। ବାପାଙ୍କ ଶେଷ ଇଛା ପୂରଣ କରି ପାରି ନ ଥିବାରୁ ତୁର ଭାଙ୍ଗିପଡ଼ିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।
୧୮ ତମ ଏସିଆନ ଗେମ୍‌ସରେ ତାଜିନ୍ଦର ପାଲ ସିଂହ ତୁୁର ସଟ୍‌ପୁଟ ଥ୍ରୋରେ ନିଜ ଖେଳ ଜୀବନର ସବୁଠାରୁ ବଡ଼ ପୁରସ୍କାର ଭାବେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ତୁର ଏହି ସ୍ୱର୍ଣ୍ଣପଦକକୁ ତାଙ୍କ କ୍ୟାନ୍‌ସର ପୀଡ଼ିତ ବାପା କରମ ସିଂହଙ୍କୁ ଉପହାର ଦେବାକୁ ଚାହିଁଥିଲେ। ତେଣୁ ଦିଲ୍ଲୀରେ ପହଞ୍ଚିବା କ୍ଷଣି ସେ ଏକ କାର ନେଇ ପଞ୍ଜାବର ମୋଙ୍ଗାରେ ରହୁଥିବା ନିଜ ବାପାଙ୍କ ପାଖକୁ ଯିବା ପାଇଁ ଏକ ଗାଡ଼ି ଧରି ବାହାରି ପଡ଼ିଥିଲେ। ମାତ୍ର ନିଜ ଘର ଠାରୁ ଅଳ୍ପ ଦୂରେରେ ଥିବା ବେଳେ ବାପାଙ୍କ ଦେହାନ୍ତ ଜନିତ ଜୀବନର ସବୁଠାରୁ ବଡ଼ ଦୁଃସମ୍ବାଦ ପାଇଥିଲେ ତୁର। ତୁର ତାଙ୍କ ବାପାଙ୍କ ଶେଷ ଇଛା ପୂରଣ କରି ପାରି ନାହାଁନ୍ତି ବୋଲି ନିଜ ଭିତରେ ବେଶ୍‌ ଦୁଃଖ ପାଇଛନ୍ତି। ତୁର ଜଣେ ଆଥଲେଟ ଭାବେ ସ୍ୱର୍ଣ୍ଣପଦକ ବିଜୟୀ ହେବା ଓ ଏହି ସ୍ୱର୍ଣ୍ଣପଦକକୁ ତାଙ୍କ ବାପା ହାତରେ ଧରିବେ ବୋଲିି ଶେଷ ଇଛା ପ୍ରକାଶ କରିଥିଲେ। ମାତ୍ର ତୁର ସ୍ୱର୍ଣ୍ଣପଦକ ଧରି ଘରେ ପହଞ୍ଚିବା ବେଳକୁ କରମ ସିଂହ ଦେହତ୍ୟାଗ କରି ସାରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.