ହାନୋଭରରେ ହୀନାଙ୍କୁ ସ୍ୱର୍ଣ୍ଣ

ହାନୋଭର୍‌: ହାନୋଭର ଅନ୍ତର୍ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ହୀନା ସିନ୍ଧୁ ଏବଂ ପି ଶ୍ରୀ ନୀବିତା ଭାରତ ପାଇଁ ଦୁଇଟି ପଦକ ଜିତିଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲରେ ହୀନା ସ୍ୱର୍ଣ୍ଣ ଏବଂ ନୀବିତା କାଂସ୍ୟ ପଦକ କରାୟତ କରି ଭାରତକୁ ଯୁଗଳ ପଦକ ଭେଟି ଦେଇଥିଲେ। ସୋମବାର ଫାଇନାଲ୍‌ରେ ହୀନା ଏବଂ ଫ୍ରାନ୍ସର ମାଥିଲ୍‌ଡେ ଲାମୋଲି ସମାନ ୨୩୯.୮ ପଏଣ୍ଟ୍‌ ହାତେଇଥିଲେ। ତେବେ ସିନ୍ଧୁ ଦଶମିକ ପଏଣ୍ଟ୍‌ ବ୍ୟବଧାନରେ ସ୍ୱର୍ଣ୍ଣ ଜିତିନେଇଥିଲା ବେଳେ ଲାମୋଲିଙ୍କୁ ରୌପ୍ୟ ମିଳିଥିଲା। ନୀବିତା (୨୧୯.୨ ପଏଣ୍ଟ୍‌) ତୃତୀୟରେ ରହିଥିଲେ।

ସମ୍ବନ୍ଧିତ ଖବର