ହିମାଚଳ ପ୍ରଦେଶର ବୃହତ୍‌ ବିଜୟ

ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌

କଟକ: ଏଠାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟବଲ୍‌ ପ୍ରତିଯୋଗିତାରେ ବୁଧବାର ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଉତ୍ତରପ୍ରଦେଶ ବିଜୟୀ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ହିମାଚଳ ପ୍ରଦେଶ ୨୮-୦ ଗୋଲ୍‌ରେ ପଣ୍ଡିଚେରୀକୁ ହରାଇଛି। ଅଧିନାୟିକା ଅଞ୍ଜୁ (୨୭, ୪୮, ୫୨, ୫୬, ୫୯, ୭୦, ୭୯, ୮୦, ୮୭ ମିନିଟ୍‌) ଏକା ୯ ଗୋଲ୍‌ କରିଥିଲା ବେଳେ କିରଣ (୧୪, ୧୮, ୨୪, ୪୦, ୪୬ ଓ ୪୯ ମିନିଟ୍‌) ୬, ପୁନମ (୪, ୪୫, ୬୧, ୬୮ ଓ ୮୯ ମିନିଟ୍‌) ୫, ମନୀଷା (୩୧, ୪୨ ଓ ୭୮ ମିନିଟ୍‌) ଓ ନିଶା  (୪୬, ୬୭ ଓ ୬୯ ମିନିଟ୍‌) ୩ ଲେଖାଏଁ ଏବଂ ବର୍ଷା ୫୩ ମିନିଟ୍‌ରେ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଅନ୍ୟପକ୍ଷରେ ପଣ୍ଡିଚେରୀର ଅଧିନାୟିକା ଏମ୍‌ ସରିତାଙ୍କ ଦ୍ୱାରା ୮୬ ତମ ମିନିଟ୍‌ରେ ଆଉ ଏକ ଆତ୍ମଘାତୀ ଗୋଲ୍‌ ସ୍କୋର ହୋଇଥିଲା।

ଅନ୍ୟ ଏକ ମ୍ୟାଚ୍‌ରେ ଗୁଜୁରାଟ ୧୦-୦ ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ବିଜୟୀ ଦଳର ଦ୍ରିଷ୍ଟି ପନ୍ତ ୩ (୫, ୪୭ ଓ ୬୪ ମିନଟ୍‌), ଅନ୍ତରବେନ୍‌ ଠାକୁର ୩ (୫୩, ୬୮, ୭୨ ମିନିଟ୍‌), ଇଶିତା ମାଥ୍ୟୁ ୨ (୭୧, ୮୨ ମିନିଟ୍‌), ହିତେକ୍ସା ତବିୟତ୍‌ (୪୫ ମିନିଟ୍‌) ଓ ଶିଳ୍ପାବେନ୍‌ ଠାକୁର (୮୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଉତ୍ତରପ୍ରଦେଶ ୩-୨ ଗୋଲ୍‌ରେ ବିହାରକୁ ହରାଇଛି। ବିଜୟୀ ଦଳର ଅଙ୍କିତା ପୋଦ୍ଦାର ୧୬ ମିନିଟ୍‌, ଖୁସ୍‌ବୁ ବାନୋ ୬୧ ମିନିଟ୍‌ ଓ ନେହା କୁମାରୀ ୮୦ ମିନିଟ୍‌ରେ ଗୋଲ୍‌ ଦେଇଥିଲା ବେଳେ ବିହାର ପକ୍ଷରୁ କାଜଲ କୁମାରୀ ୮ ଓ ୧୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଶୁଝି ଦେଇଥିଲେ। ଅନ୍ୟଏକ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ୧-୦ ଗୋଲ୍‌ରେ ପଞ୍ଜାବକୁ ହରାଇଛି। ତବିନା ଅନ୍‌ସାରୀ ୭ ମିନିଟ୍‌ରେ ଏହି ଗୋଲ୍‌ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର